ଡ଼ଙ୍ଗରପଡାରେ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ଵନକ୍ଷତ୍ର ଓ ଅଷ୍ଟ ପ୍ରହରୀ ନାମଯଜ୍ଞ।

ସମ୍ବଲପୁର :ତା.୨୧/୦୩(ବିଏମସି ଟିଭି ଓଡିଆ)

ଚୈତ୍ର କୃଷ୍ଣପକ୍ଷ ଷଷ୍ଠୀ ଗୁରୁବାର ଠାରୁ ଆସନ୍ତା ୨୨ ତାରିଖ ଶନିବାର ପର୍ଯ୍ୟନ୍ତ ଡଙ୍ଗରପଡାର ବ୍ରାହ୍ମଣପଡା ଓ କନ୍ଧପଡାରେ ନାମଯଜ୍ଞ ଆଜିଠୁ ଆରମ୍ଭ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ପୂର୍ତ୍ତି ଉପଲକ୍ଷେ ଶ୍ରୀ ଶ୍ରୀ ସତ୍ୟନାରାୟଣ ପୂଜା ଓ ଶ୍ରୀ ଶ୍ରୀ ଅଷ୍ଟପ୍ରହରୀ ମହାମନ୍ତ୍ର ନାମଯଜ୍ଞର ଆଜି ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଇଂ ସଂଜୀବ କୁମାର ପଣ୍ଡା ଓ ସଂଗୀତା ପଣ୍ଡା କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପଣ୍ଡିତ ଶାଶ୍ବତ କୁମାର ବଡ଼ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।

ଗୁରୁବାର ଦିନ ଶୁଭ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ମଧ୍ୟାହ୍ନରେ ନାମାରମ୍ଭ ହୋଇଛି। ଶ୍ରୀମତୀ ମିନୁ ପ୍ରଧାନ ଓ ଅଶ୍ବିନୀ ପ୍ରଧାନ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ଶନିବାର ଦିବା ଘ.୧୧.୦୦ ପୁର୍ଣାହୁତି, ନଗରଭ୍ରମଣ ଓ ପ୍ରସାଦସେବନ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକାରୀ ସଭାପତି ତଥା ଡ଼ଙ୍ଗରପଡା ସରପଞ୍ଚ ଅୟଶକାନ୍ତ ବଡ଼ପଣ୍ଡା, ସାଧାରଣ ସଂପାଦକ ବିଶ୍ବଜିତ ମାଝୀ ପ୍ରମୁଖଙ୍କ ସହିତ ନାମଯଜ୍ଞ କମିଟି ଏହାକୁ ପରିଚାଳନା କରୁଛନ୍ତି।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *