ବଲାଙ୍ଗୀର ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ଦୁଇ ଗୋଟି ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ଜୋର୍ ଧରିଛି ନିକଟସ୍ତ ମୁରିବାହାଲ ଥାନା ଅଧୀନରେ ଚାଞ୍ଚଲ୍ୟକର ଅଭାବନୀୟ ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ସହ ଉତ୍ତେଜନା ସୃଷ୍ଟି ହୋଇଛି ।ଏଥିରେ ତିନିଟି ଅପମୃତ୍ୟୁ ମାମଲାରେ ମୋଟ ୪ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ଟିଟିଲାଗଡ ରୁ ୧୩ କିଲୋମିଟର ଦୂର ହଳଦୀ ପଞ୍ଚାୟତ ଅଧିନସ୍ତ ସିମେଲପାଲି ଗ୍ରାମରେ ଦୁଇ ପ୍ରେମୀ ଯୁଗଳ ଓ ଗୁଡିଘାଟ ଗ୍ରାମରେ ଦୁଇ ସ୍ଵାମୀ,ସ୍ତ୍ରୀ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ସମସ୍ତ ୪ଜଣଙ୍କ ମୃତଦେହ ଘରେ ପଡ଼ିରହିଥିବା ଅଭିଯୋଗ ହୋଇଥିଲା। ପ୍ରଥମ ଘଟଣାରେ ହଳଦୀ ନିକଟବର୍ତ୍ତୀ ସିମେଲପାଲି ଗ୍ରାମରେ ଘରୁ ଫେରାର ହୋଇଥିବା ଦୁଇ ପ୍ରେମୀ ଯୁଗଳ ପ୍ରେମିକଙ୍କ ଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସିମେଲପାଲି ଗ୍ରାମର ନୁର୍ତ୍ତ ନାଗଙ୍କ ପୁଅ ଅରବିନ୍ଦ ନାଗ(୧୮) ଓ ଗ୍ରାମର ସନ୍ତୋଷ ନାଗଙ୍କ ଝିଅ ସଂଯୁକ୍ତା ଓରଫ ପୂଜା ନାଗ(୨୦)ଶନିବାର ସନ୍ଧ୍ୟାରେ ଘରୁ ଫେରାର ହୋଇଯାଇଥିଲେ।ଉଭୟ ସମ୍ପର୍କୀୟ ପିଉସୀ(ନନା)-ଭଣଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଜଣାପଡିଛି।ଏ ସମ୍ପର୍କରେ ଝିଅ ଘର ପକ୍ଷରୁ ପ୍ରଥମେ ରାତିରେ ମୁରିବାହାଲ ଥାନାରେ ଏକ ନିଖୋଜ ଏତଲା ଦିଆଯାଇଥିଲା । ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା ରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ ଅଭିଯୋଗ କୁ ଆଧାରରେ ପୁଲିସ ତନାଘନା ତଦନ୍ତ ଆରମ୍ଭ କରି ଗାଁକୁ ପହଞ୍ଚିଥିଲା।ଉଭୟ ପରିବାର ଲୋକେ ମଧ୍ୟ ଗ୍ରାମବାସୀଙ୍କ ସହ ମିଶି ପୁଅଝିଅକୁ ଖୋଜିବାକୁ ଲାଗିଥିଲେ।ଉଭୟଙ୍କୁ ଫେରାର କରିବାରେ ସହଯୋଗ କରିଥିବା କେତେକ ଙ୍କ ନାଁରେ ଝିଅ ଘର ଲୋକ ଅଭିଯୋଗ କରିଥିଲେ।ସନ୍ଦେହରେ ପୁଲିସ ଜଣଙ୍କୁ ଥାନାରେ ଅଟକ ରଖିଛି।ରାତିରେ ପରିବାର ଲୋକେ ନିଖୋଜ ଉଭୟ ପ୍ରେମିକ ପ୍ରେମିକାଙ୍କ ମୃତଦେହ ପ୍ରେମିକ ଅରବିନ୍ଦଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ବଞ୍ଚିଥିବେ ଭାବି ଉଭୟଙ୍କୁ ପଙ୍ଖାରୁ ଓହ୍ଲାଇ ଦିଆଯାଇଥିବା ଜଣାପଡିଛି । ମୁରିବାହାଲ ଥାନା ଅଞ୍ଚଳରେ ୨ଟି ଅଭାବନୀୟ ଘଟଣା ୪ଜଣଙ୍କ ମୃତ୍ୟୁ ଅଭିଯୋଗ ନେଇ ମୃତ ଝିଅଙ୍କ ବାପା ତାଙ୍କ ଝିଅଙ୍କୁ ପୁଅ ଘର ଲୋକେ ମାରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ମୃତ ଝିଅଙ୍କ ବାପାଙ୍କ ଏତଲା ଆଧାରରେ ପୁଲିସ ଅପମୃତ୍ୟୁ କେଶ ନ ୦୪/୨୫ରୁଜ୍ଜୁ କରିଥିବା ବେଳେ ପୁଅର ବାପାଙ୍କ ଏତଲା ଆଧାରରେ ଅପମୃତ୍ୟୁ କେଶ ନ ୦୫/୨୫ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି,ଥାନା ଆଇଆଇସି ସିପୋରା ସରାୟ ଲୁଗୁନ,ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ସବ -ଇନ୍ସପେକ୍ଟର ପ୍ରମୋଦ ପଧାନ, ଦନାର୍ଦନ ଓରାମ, ଏଏସଆଇ ଜଗଦିଶ ମହାନନ୍ଦଙ୍କ ସହ ପୁଲିସ ଟିମ ଉପସ୍ଥିତ ଥିଲେ। ଘରୁ ନିଖୋଜ ଥିବା ୧୮ ବର୍ଷୀୟ ଝିଅ ପୂଜା ଓ ୨୨ ବର୍ଷୀୟ ପୁଅ ଅରବିନ୍ଦ ନାଗ ଙ୍କ ଶବ ଗତ ରବିବାର ସଂଧ୍ୟାରେ ଆଣି ମାମଲା ସଂଖ୍ୟା ୟୁ ଡି କେସ ନଂ ୪ ଓ ୫ ଅନୁଯାୟୀ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ରଖି ଆଜି ଡ଼ାଃ ଜିତେନ୍ଦ୍ର ମହାନ୍ତି ଶବ ବ୍ୟବଚ୍ଛେଦ କରାଯାଇଛି ବୋଲି ପ୍ରକାଶ ପାଇଛି । ଏ ନେଇ ମୁରିବାହାଲ ଥାନା ଏସ ଆଇ ପ୍ରମୋଦ କୁମାର ପ୍ରଧାନ ଗୁରୁତର ଘଟଣା ତଥା ସମ୍ବେଦନ ଶିଳ ହୋଇ ଥିବା ଯୋଗୁଁ ଏବେ କୌଣସି ସୂଚନା ନଦେଇ ପରେ ସବିଶେଷ ତଦନ୍ତ ପରେ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଏହି ଥାନା ଅଞ୍ଚଳ ରେ ଦୁଇ ପ୍ରେମୀ ଯୁଗଳଙ୍କ ଓ ଜଣେ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ନେଇ ବେଶ୍ ଚାନ୍ଚଲ୍ୟ ସୃଷ୍ଟି ହୋଇଥିଲା । ଥାନା ଏସ ଆଇ କୌଣସି ସୂଚନା ଉକ୍ତ ଝୁଲନ୍ତା ମୃତ ଦେହ ନେଇ କିଛି ସ୍ପଷ୍ଟ ଭାବରେ ପ୍ରକାଶ କରୁ ନ ଥିବା ବେଳେ ଗ୍ରାମବାସୀ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଘଟଣା କୁ ବିଳମ୍ବ ନ କରି ଗମ୍ଭୀରତା ସହ ନେବା ସହ ପୋଲିସ ଟଙ୍କା ମୂଲ ଚାଲ କରୁଥିବା ଓ ଆମେ ପହଞ୍ଚି ଯିବାରୁ ଉକ୍ତ ଗ୍ରାମବାସୀ ଙ୍କୁ ଆମ ନିକଟ ରେ ପ୍ରକାଶ ନ କରିବା ନିମନ୍ତେ କୁହାଯାଉଥିବା ଅଭିଯୋଗ କରିଛନ୍ତି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।