ଢେଙ୍କାନାଳ ;ତା-୩୧/୦୩(ବିଏମସି ଟିଭି ଓଡ଼ିଆ)
ନେହେରୁ ସ୍ମୃତି ସଂଘ ମାର୍ଫତ ରେ ଶ୍ରୀହନୁମାନ ମନ୍ଦିର ନ୍ୟାସ ଓ ଭକ୍ତବୃନ୍ଦ ଙ୍କର ଆଗ୍ରହ,ସହଯୋଗ ରେ ମିଳିତ ଆୟୋଜନ ପୂର୍ବକ ଆଠଗଡ଼, ଚାନ୍ଦବାଲି ସ୍ଥିତ ଶ୍ରୀ ହନୁମାନ ମନ୍ଦିର ରେ ସପ୍ତବିଂଶ ତମ କୃପାଳୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ପରମ ରାମ ଭକ୍ତ ଶ୍ରୀ ହନୁମାନ ଙ୍କ ନଵାହ୍ନ ପାରାୟଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ତା28/03/2025ରିଖ ଠାରୁ
ତା06/04/2025ରିଖ ପର୍ଯ୍ୟନ୍ତ ନବଦିନାତ୍ମକ ପାରାୟଣ ହେଉଥିବା ବେଳେ ପ୍ରଥମ ଦିବସ ରେ

ଶୁଭାଧୀଵାସ,
ଅଙ୍କୁରାରୋପଣ,
ମଙ୍ଗଳ କୀର୍ତ୍ତନ ସହିତ ନଗର ପରିକ୍ରମା ଜଳଯାତ୍ରା ଓ ଘଟ ସ୍ଥାପିତ ହୋଇ ଯାଇଛି।
ପ୍ରତ୍ୟହ ସନ୍ଥ ଗୋସ୍ବାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମ ଚରିତ ମାନସ ଗ୍ରନ୍ଥ କୁ ପଠନ କରାଯିବା ସହିତ 29/03/2025 ରିଖ ରୁ 05/04/2025 ରିଖ ପର୍ଯ୍ୟନ୍ତ ବହୁ ଜ୍ଞାନୀ ଗୁଣୀ ପ୍ରବକ୍ତା ଆଧ୍ୟାତ୍ମିକ ପ୍ରବଚନ ଦେବାର ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ସଂନ୍ଧ୍ୟା ରେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ବରିଷ୍ଠ ସମାଜସେଵିକା,ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ସଂଗଠନ ର ଉପଦେଷ୍ଟା ଆଧ୍ୟାତ୍ମିକ ଚେତନା ଵାଦୀ ଶ୍ରୀମତି ସତ୍ୟଭାମା ମିଶ୍ର ପ୍ରଭୁ ଶ୍ରୀ ରାମଚନ୍ଦ୍ର,ମାତା ସୀତା, ଶ୍ରୀ ଲକ୍ଷ୍ମଣ ଙ୍କୁ ତ୍ୟାଗ,ଭକ୍ତି,ସମର୍ପଣ ର ମୂର୍ତ୍ତି ମନ୍ତ ପ୍ରତୀକ ବୋଲି ପ୍ରବଚନ ମାଧ୍ୟମ ରେ ଅଭିହିତ କରିଥିଲେ।
ଆଗାମୀ ସଂନ୍ଧ୍ୟାରେ ପଣ୍ଡିତ ବିକାଶ କୁମାର ସାହୁ, ପଣ୍ଡିତ ଗଣେଶ୍ବର ସ୍ବାଇଁ,ଶୀମତି ପ୍ରେମଲତା ଦାସ,ପଣ୍ଡିତ ସତ୍ୟ ଚୈତନ୍ୟ,ପଣ୍ଡିତ ମାନସ ପଣ୍ଡା ପ୍ରମୁଖ ପ୍ରଭୁ କୃପାଳୁ ଶ୍ରୀ ରାମ ଙ୍କର ଲୀଳା ସମ୍ପର୍କୀତ ପ୍ରବଚନ ଦେବାର ବ୍ୟବସ୍ଥା ରହିଛି। ଦିନ ତମାମ ଶତାଧିକ ଶ୍ରଦ୍ଧାଳୁ ଭକ୍ତଜନ,ପ୍ରଶାସନିକ ଅଧିକାରୀ ଗଣ ପ୍ରଭୁ ଙ୍କର ଦର୍ଶନ କରିଵା ସହିତ ପ୍ରସାଦ ସେବନ,
ପ୍ରବଚନ ଶ୍ରବଣ ରେ ନିଜକୁ ଧନ୍ୟ ମନେ କରିବା ସହିତ ପ୍ରଭୁ କୃପା ଲାଭ କରିଥିଲେ।

ନିରଞ୍ଜନ ରଥ ଙ୍କର ତତ୍ତ୍ଵାବଧାନରେ ମନ୍ଦିର ପୂଜକ ଦେବପ୍ରସାଦ ମହାପାତ୍ର,
ମୂଖ୍ୟ ପୁରୋଧା ପଣ୍ଡିତ ସଞ୍ଜୟ କୁମାର ମହାପାତ୍ର, ଆଚାର୍ଯ୍ୟ ପଣ୍ଡିତ ଅରୁଣ କୁମାର ତ୍ରିପାଠୀ,
ଆଠଗଡ଼ ସେବା ଫାଉଣ୍ଡେସନ ର ସଭାନେତ୍ରୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ଅର୍ଣ୍ନ ଦାନ ମହତ ଦାନ ର ରାଜ୍ୟ ଆବାହକ ଶ୍ରୀମତି ରଞ୍ଜିତା ଭକ୍ତା ଗୁରୁ ଦାୟିତ୍ବ ବହନ କରିଥିବା ବେଳେ ସୁଶାନ୍ତ ଦାସ୍, କୁମୁଦିନୀ ପଣ୍ଡା, ରାଜୀବ କୁମାର ସାହୁ,
ଲିପା ତ୍ରୀପାଠୀ,
ରାମ ନାରାୟଣ ମହାନ୍ତି,
ଭବାନୀ ପ୍ରସାଦ ମିଶ୍ର, ନିଗମାନନ୍ଦ ସ୍ବାଇଁ, ସୁବାସ ରାଉତ୍,ମହେଶ ଦାସ, ସଂଜୀବ ସାହୁ,
ନିତ୍ୟ ସୁନ୍ଦର ସିୟା ଆଦି ପ୍ରମୁଖ ଭକ୍ତ ବୃନ୍ଦ ସହଯୋଗ କରିଥିଲେ।

ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି
ନିୟୁଜ ଓଡ଼ି
ଶା।