କେନ୍ଦୁଝର ;ତା-୩୦/୦୩(ବିଏମସି ଟିଭି ଓଡ଼ିଆ)
ଅଭିଯୋଗକାରିଣୀ ଙ୍କ ପୁଅ ନିଜେ ସୁନା ଚୋରି କରିଥିବା ବେଳେ ମା ସବୁ ଜାଣି ଶୁଣି ପୁଅର ଭୁଲ ଲୁଚାଇବାକୁ କରିଥିଲେ ଲୁଟ ର ନାଟକ। ସେଦିନ ଥିଲା ମାର୍ଚ୍ଚ ମାସର ୨୫ ତାରିଖ। ଆନନ୍ଦପୁର ଥାନା ଅନ୍ତର୍ଗତ ଆନନ୍ଦପୁର ପୌରପରିଷଦ ର ଫକୀରପୁର ଗାଁର ପ୍ରଫୁଲ୍ଲ ନାଥ ଙ୍କୁ ଘରୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ ର ଆସିଥିଲା ଅଭିଯୋଗ । ଅଭିଯୋଗ ଆଣିଥିଲେ ପ୍ରଫୁଲ୍ଲ ଙ୍କ ପତ୍ନୀ ପୁଷ୍ପାବତୀ। ତ୍ୱରିତ ପଦକ୍ଷେପ ସହିତ ଆନନ୍ଦପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ। ତଦନ୍ତ ପରେ ସାଙ୍ଘାତିକ ସତ ଆସିଥିଲା ପଦାକୁ। ପ୍ରଫୁଲ୍ଲ ଙ୍କ ବଡପୁଅ ରାଜେନ୍ଦ୍ର ଘର ର ସୁନା ଅଳଙ୍କାର ବିକ୍ରି କରି ଅନଲାଇନ ଗେମ ଖେଳିଥିଲେ ଆଉ ବାପା ଙ୍କ ନଜର ରୁ କଥା ଲୁଚାଇବାକୁ ମା ଏଭଳି ଲୁଟ ର ନାଟକ ରଚିଥିଲେ। ତେବେ ଘଟଣା ରେ ରାଜେନ୍ଦ୍ର ନାଥ କୁ ପୋଲିସ ଗିରଫ କରିଥିବା ବେଳେ ତଦନ୍ତ ଜାରି ରଖିଥିବା ସ୍ପଷ୍ଟ କରିଛି।
କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।