ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା: ଅସ୍ଥାୟୀ ମନ୍ଦିରରେ ଶୁଭଖୁଣ୍ଟି ସ୍ଥାପନ।

ବେଲଗୁଣ୍ଠା ;ତା-୦୩୨/୦୪)(ବିଏମସି ଟିଭି ଓଡ଼ିଆ)

ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ୨୦୨୫ ତଥା ଏହି ବର୍ଷ ହେବାକୁ ଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି ଅବସରରେ ବେଲଗୁଣ୍ଠା କୋଳି ସାହିର ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଆଜି ମଧ୍ୟାହ୍ନରେ ମାଁ ଙ୍କ ବାପ ଘର ସାହି କୋଳି ସାହି କମିଟି, ବେଲଗୁଣ୍ଠା ସହର ବାସିନ୍ଦା ଅସ୍ଥାୟୀ ପୀଠ ଠାରୁ ବାଜା,ବାଣ, ରୋଷଣୀ ସହିତ ଏକ ସୌନ୍ଦର୍ଯ୍ୟଭରା ଶୋଭାଯାତ୍ରାରେ ବାହାରି କୋଳି ସାହି, କଂସାରୀ ସାହି, ବଡ଼ଦାଣ୍ଡ ସାହି,ଭଗବତ ପାଟଣା ଦେଇ ମାଁ ବ୍ରାହ୍ମଣ ଦେବୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବେହେରା ମାଁ ଙ୍କୁ ସ୍ମରଣା କରି ଆବାହନ କରିଥିଲେ । ମାଁ ଙ୍କୁ ମଙ୍ଗଳ ଆରତୀ କରାଯାଇ ଆଶିର୍ବାଦ ନେଇ ପୀଠରେ ଥିବା ବାଉଁଶ ବଣରୁ ଏକ ବାଉଁଶ କୁ ଶୁଭ ଖୁଣ୍ଟି ରୁପେ ପୂଜାର୍ଚ୍ଚନା କରିଥିଲେ ।ତା ପରେ ସେହି ବାଉଁଶକୁ ସୁନା କାତିରେ ଛେଦନ କରାଯାଇଥିଲା । ତାହାକୁ ନେଇ ବେଲଗୁଣ୍ଠା କୋଳି ସାହି ସ୍ଥିତ ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା ସହିତ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା ।ଆଗାମୀ ଅକ୍ଷୟ ତୃତୀୟା ତିଥିରେ ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ଆଗମନ ପରମ୍ପରା ରହିଥିବା ବେଳେ ମାଁ ଙ୍କ ନଗର ପରିକ୍ରମା ସମୟରେ ବିଭିନ୍ନ ପ୍ରକାରର ବାଣ ପଟୁଆରକୁ ନେଇ ବେଲଗୁଣ୍ଠା ଠାକୁରାଣୀ ଯାତ୍ରାର ସ୍ୱତନ୍ତ୍ର ପରିଚୟ ରହିଛି ।ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା ପୌରହିତ୍ୟ କରିଥିବା ବେଳେ କୋଳି ସାହି କମିଟି ସଭାପତି ଲୋକନାଥ ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, ସମ୍ପାଦକ ବିଭୁତି ପାତ୍ର, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ଉପଦେଷ୍ଟା ତଥା କାଉନସିଲର ଦିଲ୍ଲୀପ ଆଚାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି,କୋଳି ସାହି ଯୁବକ ସଙ୍ଘ,ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *