ନୟାଗଡ଼ ;ତା-୦୬/୦୪(ବିଏମସି ଟିଭି ଓଡ଼ିଆ)
ଐତିହାସିକ ଲଙ୍କାପୋଡି ଯାତ୍ରା ଉପଲକ୍ଷେ ରାମନବମୀ ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ରାମସେନା”ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜୟ ଜୟ ଶ୍ରୀ ରାମ ନାରାରେ ଦଶପଲ୍ଲା ସହର ପ୍ରଙ୍କପିତ ହେଉଥାଏ। ଏ ପରିପ୍ରେକ୍ଷୀରେ ରାମ ନବମୀ ଦିନ “ରାମସେନା ” ପକ୍ଷରୁ ପ୍ରଭୂ ଶ୍ରୀ ମହାବୀର ଙ୍କ ପ୍ରାଙ୍ଗଣରୁ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ସହ ମହାବୀର ଙ୍କ ନିକଟରେ ଦଶପଲ୍ଲା ର ଉନ୍ନତି ସାଧନ ନିମନ୍ତେ ପ୍ରାର୍ଥନା କରିଥିଲେ । ଏହା ପରେ ଗାନ୍ଧୀ ମଇଦାନ ଠାରେ ଏକ ଦଶରଥ ଙ୍କ ଦରବାର ଅନୁଷ୍ଠିତ ହୋଇଥିଲା। ଏହି ଦରବାରରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।