ହିନ୍ଦୋଳ ବ୍ଲକ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।

ଢେଙ୍କାନାଳ/ହିନ୍ଦୋଳ ; ତା-୦୬/୧୨ ( ବିଏମସି ଟିଭି ଓଡ଼ିଆ)

              ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଚିହ୍ନଟ କରି ସମାଜ ର ମୁଖ୍ୟସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କର ପ୍ରୟାସ କୁ ଜାରି ରଖି ହିନ୍ଦୋଳ ବ୍ଲକ ପରିସର ରେ ହିନ୍ଦୋଳ ପଞ୍ଚାୟତ ସମିତିର ତରଫରୁ ଅଦ୍ୟ ତା ୦୬/୧୨/୨୦୨୪ ରିଖ ଶୁକ୍ରବାର ଦିନ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ଅନଲାଇନ୍ ଭିନ୍ନକ୍ଷମ ପ୍ରମାଣ ପତ୍ର ନିମିତ୍ତ ଆବେଦନ,ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା,ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ,ସୁନିଲ୍ ଚେୟାର,ଟ୍ରାଇ ସାଇକେଲ ପ୍ରଦାନ ଆଦି କାର୍ଯ୍ୟକ୍ରମ କରାଯାଇଥିଲା  ଉକ୍ତ ଶିବିରରେ ଆବଶ୍ୟକ ରୁ ଅଧିକ ଭିନ୍ନକ୍ଷମ ଉପସ୍ଥିତ ରହି ନିଜର ସମସ୍ୟା ଜଣାଇବା ସହିତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ।

ତେବେ କିଛି ଅବ୍ୟବସ୍ଥା ମଧ୍ୟ ନଜର କୁ ଆସିଥିଲା। ଅତ୍ୟଧିକ ଭିଡ କୁ ଆୟତାଧୀନ କରିବା ସମ୍ଭବ ନଥିବା ବେଳେ ଭିନ୍ନକ୍ଷମ ଓ ତାଙ୍କ ସହିତ ଆସିଥିବ ସମ୍ପର୍କୀୟ ଲୋକ ମାନେ ଘଣ୍ଟା ଘଣ୍ଟା ଧରି ଖରା ରେ ଛିଡା ହୋଇ ଥିଲେ। ତତ୍ ସହିତ ପଞ୍ଚାୟତ ସ୍ତର ରେ ସଚେତନତା ର ଅଭାବ ଯୋଗୁଁ କିଛି ଭିନ୍ନକ୍ଷମ ରାସନ, ଇନ୍ଦିରା ଆବାସ ଓ ଭତା ପାଇବା ପାଇଁ ଆସିବା ଫଳ ରେ ଅହେତୁକ ଭିଡ଼ ପରିଲକ୍ଷିତ ହୋଇଥିଲା। ହିନ୍ଦୋଳ ଉଚ୍ଚ ବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନେ ହୁଇଲ ଚେୟାର ମାଧ୍ୟମ ରେ ଭିନ୍ନକ୍ଷମ ମାନଙ୍କୁ ପଞ୍ଜୀକରଣ ବିଭାଗ କୁ ନେଇ ଯିବାର ଦୃଶ୍ୟ ପରିଲକ୍ଷିତ ହେଉଥିବା ବେଳେ ପ୍ରଶାସନ ତରଫ ରୁ ଆବଶ୍ୟକୀୟ ପ୍ରତିନିଧି ଅଭାବରୁ ଭିନ୍ନକ୍ଷମ ମାନେ କିଏ କେଉଁ ବିଭାଗ କୁ ଯିବେ ନଜାଣି ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥିଲା।ଅନୁରୁପ ଭାବେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଓ ସମ୍ପର୍କୀୟ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ତ୍ରୁଟିପୂର୍ଣ୍ଣ ପରିବେଷଣ, ଲମ୍ବା ଧାଡ଼ି କରି ଭିନ୍ନକ୍ଷମ ମାନେ ଆହାର ଗ୍ରହଣ କରିବା ସମ୍ଭବପର ନଥିବା ଵେଳେ କିଛି ଲୋକ ନଖାଇ ନିରାଶ ରେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଆଞ୍ଚଳିକ ସ୍ତର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫ ରୁ ପ୍ରତିଷ୍ଠାତା ବିଭୁ ଶତପଥୀ, ଆଜୀବନ ସେବକ ସୁଦାମ ସେଠୀ ସହଯୋଗ କରିଥିଲେ ମଧ୍ୟ ଏତାଦୃଶ ଅହେତୁକ ଭିଡ଼ ରେ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିବା ସମ୍ଭବ ହେଉନଥିଲା। ପ୍ରତୈକ ବର୍ଷ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେଉଥିବା ବେଳେ ବାରମ୍ବାର ଏତାଦୃଶ ଅଭାବନୀୟ ଦୃଶ୍ୟ କେତେ ଦୂର ଗ୍ରହଣୀୟ ଏବେ ସାଧାରଣ ରେ ପ୍ରଶ୍ନ।ଏଥିପ୍ରତି ପ୍ରଶାସନ, ସ୍ବେଛାସେବୀ ଅନୁଷ୍ଠାନ, ସର୍ବସାଧାରଣ ଯତ୍ନବାନ ହେଲେ ବହୁସଂଖ୍ୟାରେ ଭିନ୍ନକ୍ଷମ ଉପକୃତ ହୋଇପାରିବେ ବୋଲି ଆଶା କରିବା ନଚେତ କେବଳ ଲୋକ ଦେଖାଣିଆ ପ୍ରହସନ ବୋଲି କହିବା ଠିକ୍ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବାର ସୂଚନା ମିଳେ।

ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ବିଭୁ ଶତପଥୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।

Leave a Reply

Your email address will not be published. Required fields are marked *