ସମ୍ବଲପୁର :ତା.୦୭/୦୪(ବିଏମସି ଟିଭି ଓଡିଆ)
ବରପାଲି କେନାଲ ରୋଡ ସ୍ଥିତ ଶିରିଡି ସାଇ ମନ୍ଦିରରେ ଦ୍ଵିତୀୟ ପ୍ରତିଷ୍ଠା ବାର୍ଷିକ ଉତ୍ସବ ତଥା ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃ ୫.୧୫ ମିନିଟରେ ବାବାଙ୍କ କାକଡ ଆଳତୀ, ୬ଟାରେ ସାମୁହିକ ଅଭିଷେକ ପରେ ମହିଳା ଭକ୍ତଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପରେ ବାବାଙ୍କ ଷୋଡଶ ଉପଚାର ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା ।

ଦିବା ୧ଘଣ୍ଟା ରେ ହୋମର ପୂର୍ଣ୍ଣାହୁତି ହୋଇଥିଲା । ଚଳିତ ବର୍ଷ ହୋମରେ ବନ୍ତରାମ୍ ସେଠ୍ ଓ ତାଙ୍କ ଧର୍ମ ପତ୍ନୀ ଶିବରାତ୍ରି ସେଠ୍ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ସନ୍ଧ୍ୟା ୭ ଘଣ୍ଟା ସମୟରେ ବାବାଙ୍କ ଚଭାଡ଼ି ଶୋଭାଯାତ୍ରା ପରେ ପଦ୍ମନାଭ ଦାଶ ଏବଂ ସାଥୀଙ୍କ ଭଜନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଏହି କାର୍ଯକ୍ରମକୁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟ ପରିଚାଳନା କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।