ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ।

ନୟାଗଡ଼ ;ତା-୦୯/୦୪(ବିଏମସି ଟିଭି ଓଡ଼ିଆ)

ଚୈତ୍ର ମାସରେ ଦଣ୍ଡ ଯାତ୍ରା । ଏହି ଅବସରରେ ଗଣିଆ କଲେଜ ରୋଡ଼ ସ୍ଥିତ ବିନ୍ଧ୍ୟଗିରୀ ବାସଭବନରେ ମା ଦଣ୍ଡକାଳୀଙ୍କ ୧୩ ଦଣ୍ଡ ମହାମେଳଣ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣରେ ଗଣିଆ ବ୍ଳକର ଜଗନ୍ନାଥ ପ୍ରସାଦ, କରଡାପଡା, ନଅ ମୈଜା, ଗଣିଆ, କିଶୋର ପ୍ରସାଦ, ବିଜୟନଗର, ବେଲପଡାପାଟଣା, ଓ୍ବାଲିପୁର,ରାସଙ୍ଗ, ଡଙ୍କାରିସାହି, ରାଜିଙ୍ଗି, ଛାମୁଣ୍ଡିଆ, ବଡମୂଳ ଆଦି ୧୩ ଶମ୍ଭୁ ଯୋଗଦାନ କରିଥିଲେ । ସକାଳ ସମୟରୁ ବନ୍ଦାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଦଣ୍ଡକାଳୀଙ୍କୁ ଜଣ ଜଣ କରି ବନ୍ଦାଣ କରିବା ପରେ ଅପରାହ୍ନରେ ଧୂଳିଖେଳ ହୋଇଥିଲା । ଯାହାକି ଅତ୍ୟନ୍ତ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶି ଥିଲା । ଧୂଳିଖେଳ ସାରି ସ୍ଥାନୀୟ ଜଳାଶୟରେ ସ୍ନାନ କରି ସ୍ଥାନୀୟ ଗଣିଆ କାମେନା ଘର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ୧୩ ଦଣ୍ଡର ଭୋଗତା ମାନେ ବାହାରିଥିଲେ । ଗଣିଆ ରଘୁନାଥ ମନ୍ଦିର ଠାରେ ହରିହର ଭେଟ ପରେ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା । ମେଳଣରେ ଭକ୍ତ ମାନଙ୍କ ପାଇଁ ସନ୍ଧ୍ୟା ସମୟରେ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିବା ସହିତ ପ୍ରାୟ ୩ ହଜାରରୁ ଅଧିକ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ରାତ୍ର ୧୦ ଘଟିକା ଠାରୁ ବିଭିନ୍ନ ସୁଆଙ୍ଗରେ ଦଣ୍ଡ ନୃତ୍ୟ ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିଲା । ଦଣ୍ଡନୃତ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ଆୟୋଜକ ଶେଷଦେବ ସ୍ବାଇଁ ସମସ୍ତ ସହଯୋଗୀ ମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *