ଔଷଧ ଦୋକାନରେ ଦେଇ ପାରିବେନି ଇଞ୍ଜେକ୍ସନ ; କଡ଼ା ନିର୍ଦ୍ଦେଶ ଜାରି କଲା ସ୍ୱାସ୍ଥ୍ୟ ବିଭାଗ।

ଭୁବନେଶ୍ୱର ; ତା-୦୯/୦୪ ( ବିଏମସି ଟିଭି ଓଡ଼ିଆ)

ଏଥର ଘରୋଇ ଔଷଧ ଦୋକାନରେ ଇଞ୍ଜେକ୍ସନ ଦେଇ ପାରିବେ ନାହିଁ। ଏଣିକି କଡ଼ାକଡ଼ି ନିୟମାବଳୀ ଆଣିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଘରୋଇ ଔଷଧ ଦୋକାନରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛି। 

ସମସ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ) ଙ୍କୁ ଚିଠି ଲେଖି ବିଭାଗ କହିଛି ଯେ, ଔଷଧ ଦୋକାନରେ ଅଣତାଲିମପ୍ରାପ୍ତ ଓ ଅଣପ୍ରଶିକ୍ଷିତ ଡାକ୍ତରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ବିଭିନ୍ନ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହେଉଛନ୍ତି।

କେତେକ କ୍ଷେତ୍ରରେ ଇଞ୍ଜେକ୍ସନ ଦେବା ପରେ ରୋଗୀଙ୍କ ମୃତ୍ୟୁ ହେବାର ଖବର ମଧ୍ୟ ସାମନାକୁ ଆସିଛି। ତେଣୁ ଏହାକୁ ରୋକିବା ପାଇଁ ଘରୋଇ ଔଷଧ ଦୋକାନରେ ଲାଇସେନ୍ସ ଯାଞ୍ଚ କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହା ସତ୍ତ୍ୱେ ଔଷଧ ଦୋକାନୀମାନେ ଇଞ୍ଜେକସନ ଦିଅନ୍ତି କିମ୍ବା ଏହି ନିୟମ ଉଲ୍ଲଂଘନ କରନ୍ତି, ତାହାଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *