କୋରାପୁଟ ;ତା-୧୬/୦୪(ବିଏମସି ଟିଭି ଓଡ଼ିଆ)
କୋରାପୁଟ ସ୍ଥାନୀୟ ଏକ୍ସ ବୋର୍ଡ ମାଥଲ ପୁଟ ଉଚ୍ଚ ପ୍ରାଥମିକବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଅଂଶଗ୍ରହଣକାରୀ ମାନଙ୍କୁ ଶିକ୍ଷଣସାମଗ୍ରୀ ଗୁଡ଼ିକୁ ସୁନ୍ଦର ଓ ଆକର୍ଷଣୀୟ କଲେ ପିଲାମାନେ ଅଧିକ ଆନନ୍ଦ ଉପଭୋଗ କରିବା ସହ ଶିକ୍ଷଣପ୍ରକ୍ରିୟା ମଧ୍ୟ ଅଧିକ ଫଳପ୍ରଦ ହେବ ବୋଲି ନିଜର ମତ ପ୍ରକାଶ ପାଇଥିଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାସୁଦେବ ଦାସ ତତ୍ତ୍ଵାବଧାନରେ ଆୟୋଜିତ ଶ୍ରେଣୀ, ବିଷୟ ଏବଂ ପ୍ରସଙ୍ଗକୁ ଆଧାର କରି ସ୍ୱଳ୍ପ ଖର୍ଚ୍ଚରେ ଏବଂ ଅନାବଶ୍ୟକ ଜିନିଷକୁ ନେଇ ସୁନ୍ଦର,ସ୍ଥାୟୀ ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ଏହି କର୍ମଶାଳାର ଲକ୍ଷ୍ୟ ବୋଲି ସଂଯୋଜକ ଦାସ ନିଜର ମତ ପ୍ରଦାନ ରେ ସୂଚନା ଦେଇଛନ୍ତି। ଏକ୍ସ ବୋର୍ଡ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ। ସୂଚାଯୋଗ୍ୟ ଯେ ପ୍ରତ୍ୟେକ ବିଦ୍ୟାଳୟ ରୁ ଜଣେ ମାତ୍ର ଶିକ୍ଷକ ଶିକ୍ଷୟତ୍ରୀ ନିଜର ଶିକ୍ଷଣୀୟ ସାମଗ୍ରୀ ସହ ଯୋଗଦେଇଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜେ ସୁନୀତା ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ ସାଧନ କର୍ମୀ ଭାବେ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ ।
କୋରାପୁଟ ରୁ ଜିଲା ପ୍ରତିନିଧି ଦେବାଶ୍ରୀତ ପଟନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।