ବିସ୍ଥାପିତ ହିତାଧିକାରୀଙ୍କୁ ଜମି ପଟା ପ୍ରଦାନ ସହ ଜମି ଚିହ୍ନଟ ଓ ବିଲ୍ ପାଇଁ ଦାବି।

ନୟାଗଡ଼ ;ତା-୧୭/୦୪(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ତହସିଲ ରେ ଅତିରିକ୍ତ ତହସିଲ ଦାରଙ୍କୁ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ କମିଟି ତରଫରୁ ଦରଖାସ୍ତ ପ୍ରଦାନ କରାଯାଇଛି । ଦଶପଲ୍ଲା ବ୍ଲକ ୨୦ ଗୋଟି ପଞ୍ଚାୟତ ସେଥିରେ ଆଦିବାସୀ ବହୁଳ ୮ଗୋଟି ପଞ୍ଚାୟତ ।ପ୍ରତ୍ୟେକ ପଞ୍ଚାୟତର ଘରଡିହ ପଟ୍ଟା ଓ ଦଖଲ କରୁଥିବା ଜମି ପଟ୍ଟା ନିମିତ୍ତ ୭୦୦ ରୁ ଉର୍ଦ୍ଧ ଲୋକ କୃଷକ ସଭା ଜରିଆରେ ଦରଖାସ୍ତ ଦେଇ ଛନ୍ତି । ତହସିଲ ଦାର ରଙ୍ଗମାଟିଆ ଓ କୁଆଁରୀୟା ବନ୍ଧ ଦ୍ଵାରା ବିସ୍ଥାପିତ ଗାଁ ବୁଲି ଦେଖିଛନ୍ତି। ଓଡିଶା କୃଷକ ସଭା କମିଟି ସମ୍ପାଦକ ଗଣେଶ୍ୱର ନାୟକ ଆଲୋଚନା କରି ଜମି ପଟ୍ଟା ଓ ଘର ଡିହ ପଟ୍ଟା ତନଖି କରି ଦେବାକୁ ତହସିଲଦାର ରାଜି ହୋଇଛନ୍ତି ।

ଆଦିବାସୀ ମାନଙ୍କୁ ପଟ୍ଟା ମିଳି ଥିଲେ ହେଁ ଚିହ୍ନଟ କରା ଯାଇନାହିଁ । ବସୁଧା ଯୋଜନାରେ ମିଳିଥିବା ପଟ୍ଟା ଦଶପଲ୍ଲା ବ୍ଲକ ରେ ଦାଖଲ ଦେଇ ପ୍ରଧାନ ମନ୍ତ୍ରୀ ଆବାସ ପାଇ ଘରକାମ କଲେଣି କିନ୍ତୁ ବିଲ୍ ମିଳୁନି । ହିତାଧିକାରୀ ପଟ୍ଟା ପାଇଥିବା ଜାଗାରେ ଘର କରିନାହିଁ ବୋଲି ବି ଲ୍ ମିଳୁ ନାହିଁ ।କିନ୍ତୁ ଦୀର୍ଘ ବର୍ଷ ବାସ କରି ରହୁଥିବା ଜାଗାର ପଟ୍ଟା ପାଇଛି ଭାବି ବାସଗୃହ ସେଇଠି କରିଛି ।୨୦୦ ରୁ ଉର୍ଦ୍ଧ ହିତାଧିକାରୀ ବିଲ୍ ପାଉ ନାହାନ୍ତି ।ତେଣୁ ରହୁଥିବା ଜାଗାର ପଟ୍ଟା ଦିଆ ଯାଇ ବକେୟା ବିଲ୍ ତୁରଂତ ଦିଆଯାଉ ।ଭୂମିହୀନ ପରିବାର ଦଖଲ କରି ଚାଷ କରି ବଞ୍ଚୁଛି ତେଣୁ ପଟ୍ଟା ଦିଆଯାଉ । କୃଷକ ସଭା ସମ୍ପାଦକ ଗଣେଶ୍ୱର ନାୟକ ସଭାପତି ବ୍ରଜବନ୍ଧୁ ପ୍ରଧାନ କମିଟି କର୍ମ କର୍ତ୍ତା ମାନେ ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଜଣାଇ ଅଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *