ଲ୍ଯାମ୍ପ୍ସସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ।

ରାଇରଙ୍ଗପୁର ;ତା-୧୭/୧୨(ବିଏମସି ଟିଭି ଓଡ଼ିଆ)

ରାଇରଙ୍ଗପୁର ସହରସ୍ତ ଲ୍ଯାମ୍ପ୍ସ ପରିସରରେ ଲ୍ଯାମ୍ପ୍ସସ୍ତରୀୟ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ଭାବେ ଏସିଏସଓ ସାରଙ୍ଗଧର ବେହେରା, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ବ୍ଲକର ଇନିସପେକ୍ଟର ଅଫ୍ ସପ୍ଲାୟରସ୍ ନିକିତା କୁମାର ନାୟକ, ସାନପାଖନା ଗ୍ରାମପଞ୍ଚାୟତ ଭିଏଡ୍ବ୍ଲ ହରିଜନ ଗୋଇପାଇ, ରାଇରଙ୍ଗପୁର ଲ୍ଯାମ୍ପ୍ସ ସଭାପତି ସୁଗୁଦା ମାର୍ଣ୍ଡି ଓ ରାଇରଙ୍ଗପୁର ଲ୍ଯାମ୍ପ୍ସ ମ୍ଯାଜେନିଂ ଡାଇରେକ୍ଟର ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।ଅତିଥିଗଣ ବୁଝାଇଥିଲେ ଯେ , ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଖରିଫ ଋତୁ ୨୦୨୪-୨୫ ବର୍ଷରେ ଚାଷୀମାନେ ଉତ୍ପାଦିତ ଧାନ ଯେପରି ଉଚିତ ଦରରେ ବିକ୍ରି କରିପାରିବେ ।

ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ସରକାର ଗ୍ରହଣ ଉପଯୋଗୀ (ଏଫଏକ୍ଯୁ) ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ଯ – ୧) ସାଧାରଣ ଧାନ କ୍ଯୁଣ୍ଟାଲ ଦରରେ ୨୩୦୦ ଟଙ୍କା ୨) ରାଜ୍ଯ ସରକାରଙ୍କ ସହାୟତା ରାଶି କ୍ଯୁଣ୍ଟାଲ ଦରରେ ୮୦୦ ଟଙ୍କା । ମୋଟ ୩୧୦୦ ଟଙ୍କା ଧାର୍ଯ୍ଯ କରିଛନ୍ତି । ଏହା କେବଳ ଉନ୍ନତ ମାନର ଧାନ ପାଇଁ ପ୍ରଯୁଜ୍ଯ । ଏଥିରେ ସୁସ୍ଥ, ଶୁଖିଲା ଏବଂ ଏକବର୍ଣ୍ଣ ସମାନ ଆକାରର ଧାନ, ସେଥିରେ ମଳିନତା, ପୋକରା, ଦୁର୍ଗନ୍ଧ ଓ ବୈଷମ୍ଯ ଧାନ ନ ଥିବା ଉଚିତ । ବିକ୍ରୟ ଯୋଗ୍ଯ ଧାନକୁ ଅଖାବସ୍ତାରେ ଭର୍ତ୍ତି କରି ନିଦ୍ଧାରିତ ତାରିଖରେ ଧାନମଣ୍ଡିକୁ ଆଣିବେ ।ଧାନର ଗୁଣାତ୍ମକ ମାନ କିଭଳି ହେବା ଉଚିତ ସୂଚନା ଦେଇଥିଲେ । ଏହାପରେ ଧାନର ଗୁଣାତ୍ମକ ମାନ ଉପରେ ନିର୍ଭରଯୋଗ୍ଯ ମାନକ ଯନ୍ତ୍ର ସାହାଯ୍ଯରେ ଚାଷୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ ସଭାରେ ରାଇରଙ୍ଗପୁର ବ୍ଲକର ଏସଓଏଲପିସି ମେମ୍ବରସ୍, ପିଆରଆଇ ମେମ୍ବରସ୍ ଓ ଲିଡିଂ ଚାଷୀଗଣ ବହୁ ସଖ୍ଯାରେ ଯୋଗ ଦେଇଥିଲେ ।ଯାଦ୍ବାରା ଚାଷୀମାନେ ଧାନର ଗୁଣାତ୍ମକ ମାନ, କ୍ଯୁଣ୍ଟାଲ ପ୍ରତି ଦର ଓ ମାନକ ଯନ୍ତ୍ରରେ ଏହାର ମୂଲ୍ଯ ନିିର୍ଦ୍ଧାରଣ ଉପରେ ଅବଗତ ହୋଇପାରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *