ଅତାବିରାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆୟୁଷ୍ମାନ କାର୍ଡ ବଣ୍ଟନ।

ବରଗଡ ;ତା-୧୮/୦୪(ବିଏମସି ଟିଭି ଓଡ଼ିଆ)

ବରଗଡ଼ ଜିଲ୍ଲା ଅତାବିରା ଗସ୍ତରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆୟୁଷ୍ମାନ କାର୍ଡ‌‌‌ ବଣ୍ଟନ କରିଛନ୍ତି। ମୀନା ସାହୁ ଏବଂ ଶ୍ରୀକାନ୍ତ ମହାରଣାଙ୍କ ଘରକୁ ଯାଇ ସେ ଏହି କାର୍ଡ ପ୍ରଦାନ କରିଛନ୍ତି। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ରଏବାରୀ ବିଶ୍ଵାଲ , ଶ୍ରୀଧର ସାହୁ, ଚନ୍ଦ୍ରକାନ୍ତି ସାହୁଙ୍କୁ ଏହି କାର୍ଡ ପ୍ରଦାନ କରିଥିଲେ। ଅନୁରୋଧ ରକ୍ଷାକରି ରୀନା ସାହୁଙ୍କ ଘରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଚା’ ପାନ ମଧ୍ୟ କରିଥିଲେ। ଦୀର୍ଘ ଦିନରୁ ଖାଲି ପଡିଥିବା ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨୦ ଜଣ ଡାକ୍ତର ପଦବୀରୁ କେବଳ ୬ ଜଣ କାର୍ଯ୍ୟରତ ଥିବାରୁ ଖାଲି ପଡିଥିବା ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପଦବୀ ଯଥାଶୀଘ୍ର ପୂରଣ କରିବାକୁ ଅଞ୍ଚଳବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ଓଡିଶାରେ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ ବୋଲିି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ।‌ ଆଶାଦିଦିଙ୍କ ଦ୍ୱାରା ଏହି କାର୍ଡ ୩ ମାସ ପର୍ଯ୍ୟନ୍ତ ବଣ୍ଟନ କରାଯିବା ସହ ଯେଉଁ ମାନେ ଏହି କାର୍ଡ ପାଇନଥିବେ ସେମାନେ ସିଧାସଳଖ ଆଧାର କାର୍ଡରେ ଚିକିତ୍ସୀତ ହେଇପାରିବେ ଏବଂ ବୟୋବନ୍ଦନା କାର୍ଡରେ ୭୦ ବର୍ଷରୁ ଉର୍ଦ୍ଧ୍ବ ଏପରିକି ‌ପୂର୍ବତନ ମନ୍ତ୍ରୀ ମଧ୍ୟ ଚିକିତ୍ସା ସାହାଯ୍ୟ ସୁଯୋଗ ପାଇପାରିବେ । ଏହି ଅବସରରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଶାନ୍ତ କିଶୋର ଦାଶ, ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରବି ନାରାୟଣ ମିଶ୍ର, ବରଗଡ଼ ଜିଲ୍ଲା ଡ଼ାକ୍ତରଖାନାର ଡ଼ାଃ ସୁବାଷ ଅଗ୍ରୱାଲ, ଅତାବିରା ତହସିଲଦାର କେ ରିଚି କୁମାର, ବିଡ଼ିଓ ରିପୁନାଥ ସୁନା, ଅତାବିରା କାଉନସିଲର ଦୀପକ ରାଏ,ସତିଶ ଚୈ।ଧୁରୀ, ସୁରେନ୍ଦ୍ର ସ୍ୱାଇଁଙ୍କ ସମେତ ବହୁ ବିଜେପିର କର୍ମି ତଥା ନେତୃ ମଣ୍ଡଲି ଉପସ୍ଥିତ ଥିଲେ।


ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ
ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *