ସମ୍ବଲପୁର :ତା.୨୪/୦୪ (ବିଏମସି ଟିଭି ଓଡିଆ)
ଆଜି ସମଗ୍ର ଦେଶ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରୁଛି । ଏହି ଖୁସିରେ ମଧ୍ୟ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଶାଖା ସାମିଲ ହୋଇଛି। ଏଥିପାଇଁ ପୂର୍ବାହ୍ନରେ କୁଚିଣ୍ଡା ଉପଖଣ୍ଡର ବଙ୍କେ ଗ୍ରାମ ପଞ୍ଚାୟତର ରାଜୀବ ଭବନ ପରିସରରେ ଅଭିଯାନର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ସମବେତ ହୋଇ ନିଶା ହିଁ ତ୍ରିସ୍ତରୀୟ ପଞ୍ଚାୟତର ବିଫଳତାର କାରଣ, ଏଣୁ ଡବଲ ଇଞ୍ଜିନ ସରକାର ପୂର୍ଣ୍ଣ ନିଶା ନିବାରଣ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଏଥିରେ ପୂର୍ବ ବ୍ଲକ ଅଧ୍ୟକ୍ଷ କରୁଣାକର କିସାନ ଭାଷଣ ଦେଇ ନିଶା ନିବାରଣ ନ ହେଲେ ମହିଳାମାନେ ସରକାରୀ ସଭା ସମିତି ବର୍ଜନ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ପଞ୍ଚାୟତ ଶାଖା ସଭାପତି ନାରୀନେତ୍ରୀ ଝରଣା କଉଡ଼ି ଭାଷଣ ଦେଇ ବ୍ୟାଙ୍କ୍ ଗ୍ରାମ ପଞ୍ଚାୟତକୁ ଏକ ଆଦର୍ଶ ଗ୍ରାମ ପଞ୍ଚାୟତ ଗଠନ ପାଇଁ ପ୍ରଥମେ ପୂର୍ଣ୍ଣ ନିଶା ନିବାରଣ କରାଯିବ ବୋଲି ଘୋଷଣା କରିଥିଲେ ।

ଅନ୍ୟତମ ନିଶା ନିବାରଣ କର୍ମୀ ଜୟନ୍ତୀ ନାଏକ ଓ ଦୁର୍ଯ୍ୟୋଧନ ମୁଣ୍ଡା ଭାଷା ଦେଇ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି କହିଥିଲେ । ସଭାରେ ସମିତି ସଭ୍ୟ ଓ ଗ୍ରାମ ମୁଖିଆ ବିଷ୍ଣୁ ପଟେଲ ମଞ୍ଚାସୀନ ରହି ଆନ୍ଦୋଳନକୁ ସମର୍ଥନ କରିଥିଲେ । ସଭାପତି ଶ୍ରୀ ନାୟକ ତାଙ୍କ ସଭାପତି ଅଭିଭାଷଣରେ ପଞ୍ଚାୟତି ରାଜ ର ସ୍ଥାପନ ଓ କ୍ରମ ବିକାଶ ସମ୍ପର୍କରେ ସୂଚନା ଦେଇ ନିଶା ନିବାରଣ ପଞ୍ଚାୟତ ରାଜ ବ୍ୟବସ୍ଥା ର ଅନ୍ୟତମ ଲକ୍ଷ୍ୟ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଏହା ପରେ ସଭାପତି ଶ୍ରୀ ନାୟକ ଙ୍କ ନେତୃତ୍ୱରେ ବ୍ୟାଙ୍କ୍ ଗ୍ରାମ ପଞ୍ଚାୟତକୁ ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ । ଏହି ପଞ୍ଚାୟତ ରାଜ ସପକ୍ଷ ଓ ନିଶା ବିରୋଧୀ ପଦଯାତ୍ରାକୁ କଳ୍ପନା ନାଏକ, ସବିତା ବେହେରା, ସୌକିନୀ ସାହୁ, ତପସ୍ଵିନୀ ସାହୁ, କୁଞ୍ଜଳତା ପୃଷେଠ୍, ସମିରା କଉଡ଼ି, ଘନକେଶୀ ହଂସ, ଜନନୀ ଷଣ୍ଢ, ସରୋଜିନୀ କିସାନ, ଝରଣା କଉଡ଼ି ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।