ମହାମହିମ ରାଷ୍ଟ୍ରପତିଙ୍କ ୱାର୍ଡ ର ପଛୁଆବର୍ଗ ଘରେ ଚଢିଗଲା ବୋଲଡଜର।

ରାଇରଙ୍ଗପୁର ;ତା-୨୮/୦୪(ବିଏମସି ଟିଭି ଓଡ଼ିଆ)

ଭାଜପା ସରକାରଙ୍କ ବିକାଶ ନାମରେ ଗରିବ ଖଟିଆ ଆଦିବାସୀ ହରିଜନ ଓ ପଛୁଆବର୍ଗ ଙ୍କ ଘର ଭାଙ୍ଗିବା ବନ୍ଦ କରିବା ଦାବିରେ ଶତାଧିକ ପୁରୁଷ ମହିଳା ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ଯପାଳ ଙ୍କୁ ଦାବିପତ୍ର ପ୍ରଦାନ । ଏହି ଭଳି ଦୂଖଃଦ ପ୍ରତିଛବି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ୱାର୍ଡ ବାଇଦାପୋଷି କଲୋନୀରେ ଦେଖା ଦେଇଛି । ବାଇଦାପୋଷି ଖେଳ ପଡିଆ ରେ ଆଦିବାସୀ ସ୍ପୋର୍ଟସ ହଷ୍ଟେଲ ଓ ଆଦିବାସୀ ଗବେଷଣା କେନ୍ଦ୍ର ନିର୍ମାଣ ପାଇଁ ରାଇରଙ୍ଗପୁର ତହସିଲଦାର ଜମି ଚିହ୍ନଟ କରି ଅଧାଅଧିକ ନିର୍ମାଣ କାର୍ଯ୍ଯ ଚାଲୁରହିଛି । ଏହି ନିର୍ମାଣ କାର୍ଯ୍ଯ ରେ ବାଇଦାପୋଷି ଗ୍ରାମବାସୀଙ୍କ ବିନା ପଲ୍ଲୀ ସଭା କରି କାର୍ଯ୍ଯ କରିବା ନେଇ ସ୍ଥାନୀୟ ପ୍ରଶାସନ ର ଜର ଜୁଲମ୍ କାର୍ଯ୍ଯ କୁ ବିରୋଧ କରିଥିଲେ । ଇତି ମଧ୍ଯ ରେ ବାଇଡାପୋଷି ଗାଁରେ କେତେକ ଜବରଦଖଲ ଘରକୁ ବୋଲଡଜର ଲଗାଇ ଭାଙ୍ଗି ଦିଆଯାଇଛି । ଏବଂ ରାସ୍ତା ର ସଂପ୍ରସାରଣ ୩୦ ଫୁଟ ଆବଶ୍ୟକତା ଥିବା ବେଳେ ରାଇରଙ୍ଗପୁର ତହସିଲଦାର ରାସ୍ତା ର ଦୁଇ ପଟକୁ ମାପି ଆବଶ୍ୟକତା ଅନୁଯାଇ ଚିହ୍ନଟ କରାଯାଇଥିଲା । ତେବେ ଚିହ୍ନଟ ଅନୁଯାଇ ଉଛେଦ ପ୍ରକ୍ରିୟା ରେ ତହସିଲଦାର କଳା ଗରା ଭେଦ କରି ଉଛେଦ କରିବା ନେଇ ଗ୍ରାମବାସୀ ବିରୋଧ କରିଥିଲେ ।

ପୁଣି ୧୧ ରୁ ୧୪ ଜଣକ ର ଘର ଭାଙ୍ଗିବାର ନୋଟିସ କରାଯାଇଥିବା ବେଳେ ତହସିଲଦାର କୁଜି ନେତାଙ୍କ ନିର୍ଦ୍ଦେଶ ରେ କେବଳ ଜଣେ ଓଡିଆ ସମ୍ବାଦ ପତ୍ର ଦୈନିକ ସମାଜ ସମ୍ବାଦ ପତ୍ର ବିକ୍ରେତାଙ୍କ ଘରକୁ ଟାର୍ଗେଟ ନେଇ ଭାଙ୍ଗିଦେବା ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି । ଗ୍ରାମବାସୀଙ୍କ ଦାବି ଯେ ରାସ୍ତା ସଂପ୍ରସାରଣ ନିମନ୍ତେ ଗ୍ରାମବାସୀ ୩୦ ଫୁଟ ରାସ୍ତା ପାଇଁ ସହମତି ଥିବା ବେଳେ ରାସ୍ତା କୁ ଚଉଡା ନ କରି ଯେଉଁ ଘର ଗୁଡିକ ରାସ୍ତା ସହିତ କୌଣସୀ ସମ୍ପର୍କ ନ ଥାଇ ତହସିଲଦାର ମୁନମୁଖି ଘର ଭାଙ୍ଗିବା କୁ ଦୃଢ ବିରୋଧ କରିଥିଲେ । ସୂଚନା ଥାଉ କି ଉକ୍ତ ବାଇଦାପୋଷି କଲୋନୀ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଉନ୍ଦିରା ଗାନ୍ଧୀ ପଛୁଆବର୍ଗ ଓ ଆଦିବାସୀ ଲୋକ ମାନଙ୍କୁ ସରକାର ତରଫରୁ ୪ ଜେସିମିଲ ଜାଗା ଦେଇ ଥିଲେ । ଆଜି ଏହି ଡବଲ ଇଞ୍ଜିନ ସରକାର ଆସିବା ପରେ ଗରିବ ଲୋକଙ୍କୁ ତଇଥାନ ନ କରି ବିସ୍ତାପିତ କରିବା ଏହା କାହା ସ୍ବାର୍ଥରେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଦେଖିବାକୁ ବାକି ରହିଲା ସରକାର ବିସ୍ତାପିତ ଲୋକଙ୍କୁ ନ୍ଯାୟ ଦେବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ଦାବିପତ୍ର ପ୍ରଦାନ ରେ ଶୁକ ଦେବ ବେହେରା , ପରେଶ ଚନ୍ଦ୍ର ପ୍ରହରାଜ , କାହ୍ନୁ ବେହେରା , ଜିତେନ୍ଦ୍ର ବେହେରା, ରତି କାନ୍ତ ବେହେରା , ଖଗେଶ୍ବର ନନ୍ଦ ଓ ଅନିଲ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *