ମାଲକାନଗିରି / ଖଇରପୁଟ; ତା-୩୦/୦୪ ( ବିଏମସି ଟିଭି ଓଡ଼ିଆ )
ଆଜି ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ଗ୍ରାମ ପଞ୍ଚାୟତର ସିରିପେଟା ଦୟଣା ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣରେ ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ପୂଜାର୍ଚ୍ଚନା ପରେ ନିକଟସ୍ଥ ଜମିରେ ଅକ୍ଷିମୁଠୀ ରୋପଣ ର ଅନୁକୂଳ କରାଯାଇଥିଲା ଓ ଦିନ ୧୧ ଟା ସମୟରେ ଆଗାମୀ ରଥଯାତ୍ରା ପାଇଁ ନିର୍ମିତ ରଥରେ ନୂତନ କାଠରେ ତିଆରି ଅଖ ଯୋଡା ଯାଇ ରଥ ତିଆରିର ଅନୁକୂଳ ହୋଇଥିଲା, ଯାହାକୁ ମନ୍ଦିର ର ପୂଜକ ବିଦେଶୀ ପ୍ରହରାଜ, ଲଇଖନ ମାଢୀ ଓ ରଘୁନାଥ ମାଢୀ ପ୍ରମୁଖ ବିଭିନ୍ନ ଶ୍ଲୋକ ଓ ମନ୍ତ୍ର ପାଠ କରି ଅକ୍ଷୟ ତୃତୀୟା ଅନୁକୂଳ ଆରମ୍ଭ କରିଥିଲେ ।

ଏହି ଅବସରରେ ଦୟଣା ଶ୍ରୀକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ସନାତନ ମାଢୀ, ସମ୍ବନ୍ଧ ମାଢୀ, ଶୀବ ପୂଜାରୀ,ହରି ମାଢୀ, କୈଳାସ ଅନୁଗୁଳିଆ, ଭଗବାନ ସାହୁ, ଟୁନା ପ୍ରଧାନ, ବୁଦ୍ରା ମାଢୀ, ଭଗତ୍ ମାଢୀ,ସନ୍ତୋଷ ମହାନ୍ତି, ଜଗବନ୍ଧୁ ବାରିକ,ହିମାଂଶୁ ଶେଖର ସ୍ୱାଇଁ,ରମେଶ ପୂଜାରୀ, ଜଗନ୍ନାଥ ମାଢୀ, ଗୋପୀନାଥ ଭୂମିଆ ଓ ଶ୍ୟାମ ମାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
ମାଲକାନଗିରି ରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।