ଐତିହାସିକ ଗଣିଆ ଲଙ୍କାପୋଡ଼ି ଯାତ୍ରା ପାଳିତ ।

ନୟାଗଡ ; ତା-୩୦/୦୪ ( ବିଏମସି ଟିଭି ଓଡ଼ିଆ )

ଆଜକୁ ୫୩ବର୍ଷ ବର୍ଷ ଧରି ନିରଙ୍କୁଶ ଭାବେ ଐତିହାସିକ ଗଣିଆ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଓ ପରମ୍ପରା ଅନୁଯାୟୀ  ରାମ ନବମୀ ଠାରୁ ଆରମ୍ଭ ହୋଇଅଛି। ଏହି ଐତିହାସିକ ଯାତ୍ରାର ପ୍ରତ୍ୟେକ ସନ୍ଧ୍ୟା ରାମଲୀଳାର ବିଭିନ୍ନ ପ୍ରସଙ୍ଗ କୁ  ଖୋଲା ମଞ୍ଚରେ ପରିବେଷଣ ହୋଇ ଆସୁଥିବା ବେଳେ ମଙ୍ଗଳ ବାର ରାତ୍ର ଏହି ଯାତ୍ରାର ମୁଖ୍ୟ ଆକର୍ଷଣ   ଲଙ୍କାପୋଡି ଯାତ୍ରା (ରାବଣ ବଧ) ଅନୁଷ୍ଠିତ ହୋଇଯାଇଅଛି । ଅନ୍ୟପଟେ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ୨୦ଫୁଟ ଉଚ୍ଚ ବିଶିଷ୍ଟ କାଷ୍ଠ ନିର୍ମିତ ଚଳନକ୍ଷମ ରାବଣ ମୁର୍ତ୍ତି ସହିତ ପୁଷ୍ପକ ବିମାନ ।

ଅନ୍ୟପକ୍ଷରେ ଦେଖିବାକୁ ମିଳେ ରାବଣ ବଧ ପାଇଁ ରାମଚନ୍ଦ୍ର ପ୍ରେରଣ କରୁଥିବା ବ୍ରହ୍ମାସ୍ତ୍ର ହେଉଛି ଏହାର ମୁଖ୍ୟ ଆକର୍ଷଣ । ଏହା ହେଉଛି ଭାରତ ବର୍ଷର ଅନନ୍ୟ ଘଟଣା। ଏଥି ସହିତ ମହାଜ୍ଞାନୀ ରାବଣ କୁ ମହାବୀର ମନ୍ଦିର ନିକଟରୁ ପଟୁଆର କରି ମାଉସୀ ମା ମନ୍ଦିର ଠାରେ ପହଞ୍ଚିବା ପରେ ସେଠାରେ ରାମଙ୍କ ବ୍ରଂହସ୍ତ୍ର ପ୍ରୟୋଗ ଦ୍ବାରା ରାବଣ କୁ ବଧ କରାଯାଇଥିଲା। ବାଣ କାର ଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ବାଣ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଲଙ୍କାପୋଡ଼ି ଯାତ୍ରାକୁ କିଭଳି ସରସ ସୁନ୍ଦର ଭାବେ ଶେଷ କରାଯିବ ସେଥିପାଇଁ ପୁଲିସ ପ୍ରଶାସନ ଏବଂ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯାତ୍ରା କୁ ଅଧିକ ସରସ କରିବାକୁ ମୀନାବଜାର ଓ ବିଭିନ୍ନ ଦୋକାନ ଖୋଲାଯାଇଥିଲାl ପୋଲିସ ପ୍ରଶାସନ , ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗର  ସହଯୋଗ ରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା ହୋଇଥିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *