ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଷମକଟକ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ।

ରାୟଗଡା  :ତା-୩୦-୦୪(ବିଏମସି ଟିଭି ଓଡିଆ)

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବସର କାଳୀନ
ସମ୍ବର୍ଦ୍ଧନା ଉତ୍ସବ ସଭା ରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ( ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ବିଜୟଲଷ୍ମୀ ପଣ୍ଡା ଙ୍କୁ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।

ଏହି ଉତ୍ସବଟି ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା।ଏଥିରେ BO ଶ୍ରୀ ନବୀନ ଚନ୍ଦ୍ର ଖରା ଏବଂ ABO ଅଭୟ କୁମାର ବେହେରା, ପୂର୍ବତନ CRCC ହରିବIତ୍ରା, ଦୀ. ମୂର୍ତ୍ତି ପIତ୍ରିକା ଉପସ୍ଥିତ ଥିଲେ ଏହି ଶିକ୍ଷୟତ୍ରୀ ଙ୍କ ନିଷ୍ଠାପର, କାର୍ଯ୍ୟାଦକ୍ଷତା, ଅତ୍ମୀୟତା ସ୍ନେହ ସମ୍ପର୍କ ର ସୁ କାର୍ଯ୍ୟରେ ଛାତ୍ର ଓ ଛାତ୍ରୀ ଙ୍କୁ ଶିକ୍ଷା

ପ୍ରଦାନ ର ସୁ ଦକ୍ଷତା ପରିଚାଳନା କରିଥିବା ଉପରେ ଅଭିଭାଷଣ ଦେଇ ବିଦାୟ ସମ୍ବର୍ଦ୍ଧନା ରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ମାନେ ଦୁଃଖ ପ୍ରକାଶ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ପରିଚାଳନା କମିଟିର ସଭ୍ୟ ସଭ୍ୟା ଶିକ୍ଷକ ମାନେ

ଉପସ୍ଥିତ ହୋଇ ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ର ଅଭିଭାଷଣ ପରେ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର ସହ ଉପଢ଼ୋକନ ପ୍ରଦାନ କରାଯାଇଥିଲା।ସର୍ବଶେଷରେ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *