ଖୋର୍ଦ୍ଧା ମହୋତ୍ସବ ୪ର୍ଥ ସଂଧ୍ୟା,ସ୍ଥାନୀୟ କଳାକାର ନୃତ୍ୟରେ ବିମୋହିତ ହେଲେ ଦର୍ଶକ।

ଖୋର୍ଦ୍ଧା ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ)

ସ୍ଥାନୀୟ ହାବେଳୀ ପଡିଆରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ । ତିନୋଟି ସଂଧ୍ୟା ଅତିକ୍ରାନ୍ତ ପରେ ୪ର୍ଥ ସଂଧ୍ୟାର କାର୍ଯ୍ୟକ୍ରମ ବେଶ ଉଚ୍ଚ କୋଟିର ଥିଲା । ଓଡ଼ିଶାର ସଂସ୍କୃତି, ପରମ୍ପରାକୁ ଆଖି ଆଗରେ ରଖି ପ୍ରାରମ୍ଭିକ କାର୍ଯ୍ୟକ୍ରମ ଓଡିଶୀ, ସମ୍ବଲପୁରୀ ଓ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ଦର୍ଶକଙ୍କ ମନମୋହିଲା ଭଳି ଥିଲା । ବିଶେଷ କରି ସ୍ଥାନୀୟ ଘରୋଇ ସ୍କୁଲର କୁନିକୁନି କଳାକାର ମାନଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ସେହିପରି ଆଜି ବୁଧବାର ଥିବାରୁ ଖାଦ୍ୟପେୟ ଷ୍ଟଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଆଜି ସଂଧ୍ୟାରେ ମହୋତ୍ସବ କମିଟିର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ, ପୌର ନିର୍ବାହୀ ଅଧିକାରୀ ରିଜୁଆନା କଅକବ୍, ତହସିଲଦାର ବିଭାସ ପାଣିଗ୍ରାହୀ ଓ ଭୁବନେଶ୍ୱରର ୬୫ ନମ୍ବର ଓ୍ବାର୍ଡର କର୍ପୋରେଟର ରଶ୍ମି ରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସମ୍ପାଦକ ନରେନ୍ଦ୍ର ପୃଷ୍ଟି, କାର୍ଯ୍ୟକାରୀ ସଭାପତି ସଂଜୟ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ନିକୁଞ୍ଜ କିଶୋର ପଟ୍ଟନାୟକ ପ୍ରମ୍ମୁଖ ମଂଚାସୀନ ଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ସାମନ୍ତରାୟ,ଅଭିନାଶ ଦଳେଇ, ବିମଳ ସାମନ୍ତରାୟ, ପବିତ୍ର ନାୟକ, ଗୀତାଞ୍ଜଳୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *