ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ର ପ୍ରଚାର ନିମନ୍ତେ ସଚେତନତା ଶିବିର।

ଦଶପଲ୍ଲା ; ତା-୦୧/୦୫ (ବିଏମସି ଟିଭି ଓଡ଼ିଆ)

କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗରିବ, ଅସହାୟ, ଦିବ୍ୟାଙ୍ଗ ଲୋକଙ୍କ ଉଦେଶ୍ୟ ରେ ଯୋଜନା ମାନ ପ୍ରଣୟନ କରୁଛନ୍ତି। କେନ୍ଦ୍ର ସରକାର ତଥା ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ଯୋଜନା ମାନ ଲୋକଙ୍କ ପାଇଁ ଗ୍ରହଣ କରୁଛନ୍ତି। ମୋଦିଜୀ ଙ୍କ ଆହ୍ୱାନ କ୍ରମେ ଦେଶରେ କୌଣସି ଗରିବ ବାସହୀନ ରହିବେ ନାହିଁ। ସମସ୍ତ ଗରିବ, ଅସହାୟ, ଦିବ୍ୟାଙ୍ଗ ଜନ ଖଣ୍ଡିଏ ଘର ନ ଥାଇ ବାହାରେ ରହିବେ ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା  କାର୍ଯ୍ୟକାରୀ ହୋଇଛି। ଓଡିଶା ରେ ନୂତନ ଭାବେ ବିଜେପି ସରକାର ତଥା ମୋହନ ସରକାର ମଧ୍ୟ ଏହି ଗରିବ, ଅସହାୟ, ଦିବ୍ୟାଙ୍ଗ ଜନ ଙ୍କ ପାଇଁ ଏହି ଅନ୍ତୋଦୟ ଗୃହ ଯୋଜନା ପ୍ରଣୟନ କରିଛନ୍ତି।ତେବେ ଏଥିରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡି, ହାତୀ ଉପଦ୍ରଵ, ବନ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର କୁ ଏଥିରେ ଅଗ୍ରାଧିକାର ଦିଆଯାଇଛି।ଏନ ଏ ସି ଏବଂ ପ୍ରତି ପଂଚାୟତ ରେ ଯୋଗ୍ୟ ହିତାଧିକାରୀ ଏଥିପାଇଁ ଦରଖାସ୍ତ ଆବେଦନ କରିବେ। ଏ ଅବସରରେ ଦଶପଲ୍ଲା ଏନ ଏ ସି ପରିସରରେ ଏହି କାର୍ଯ୍ୟକ୍ରମ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ସମୟରେ  ଦଶପଲ୍ଲା ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ,ଉପାଧ୍ୟାକ୍ଷ କିଶୋର ଚନ୍ଦ୍ର ଦଳବେହେରା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସମସ୍ତ କାଉନ ସିଲର ଓ ଅନ୍ୟ ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *