ଦଶପଲ୍ଲା; ତା-୦୩/୦୫ ( ବିଏମସି ଟିଭି ଓଡ଼ିଆ )
ଦଶପଲ୍ଲା ଅଞ୍ଚଳ ର ବରିଷ୍ଠ ସମାଜସେବୀ ଦିବଂଗତ କୁଞ୍ଜ ବିହାରୀ ମିଶ୍ର ଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଶୁକ୍ରବାର ସଂଧ୍ୟା ରେ କୁଞ୍ଜବନ ଗଡ଼ ବାସଭବନ ରେ ଦିଲୀପ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ଦିବଂଗତ କୁଞ୍ଜ ବିହାରୀ ଙ୍କ ବନ୍ଧୁ ପୂର୍ବତନ ମନ୍ତ୍ରୀ ନୟାଗଡ଼ ର ବିଧାୟକ ଡ଼ ଅରୁଣ କୁମାର ସାହୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଜଣେ ଉଦୟମାନ ନେତୃତ୍ୱ କୁ ଦଶପଲ୍ଲା ହରାଇଲା ବୋଲି ବିଧାୟକ ପ୍ରକାଶ କରିଥିଲେ। ଅନ୍ୟ ଶୁଭେଛୁ ଭାବେ ଦଶପଲ୍ଲା ବ୍ଳକ ଅଧକ୍ଷା ସୁନନ୍ଦ ସାହୁ, ଏ ନ ଏ ସି ଅଧକ୍ଷା ପୁନମ ପ୍ରିୟ ଦର୍ଶିନୀ, ଶିକ୍ଷାବିତ ତ୍ରିନାଥ ସାହୁ, ସଙ୍ଗୀତଜ୍ଞ ଶରତ କୁମାର ସାହୁ, ନାରାୟଣ ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରଧାନ ଆଚାର୍ଯ୍ୟ,ଜଗନାଥ ମହାପାତ୍ର, ମନୋ ରଞ୍ଜନ ବରାଡ , ଅଧ୍ୟାପକ ରାଧା ମୋହନ କର୍ମୀ, ପୀତବାସ ଭୋଇ, ସ୍ପୋଟିଭ ସ୍ପୋର୍ଟ୍ସ ସୋସାଇଟି ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର, ପବିତ୍ର ମୋହନ ସାହୁ ଓ଼ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସୃତି ଚାରଣ କରିଥିଲେ। ଦିବଂଗତ କୁଞ୍ଜ ଜଣେ ଛାତ୍ର ନେତା, ବିଜେଡି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ, ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ସଭାପତି, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଓ଼ ଦଶପଲ୍ଲା ର ସଚେତନସୀଳ ନାଗରିକ ମଞ୍ଚ ର ସକ୍ରିୟ ସଦସ୍ୟ ରହି ଅନେକ ଭଲ କାମ କରି ଥିଲେ ବୋଲି ସମସ୍ତ ଉପସ୍ଥିତ ବ୍ୟକ୍ତି ନିଜର ମତ ବ୍ୟକ୍ତ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।
