ରେଡି ଭୋଲଣ୍ଟିଅର୍ସ ଦ୍ବାରା ପ୍ରେସ ଫ୍ରିଡ଼ମ ଡେ ପାଳିତ।

ରାଇରଙ୍ଗପୁର ; ତା-୦୩/୦୫ ( ବିଏମସି ଟିଭି ଓଡ଼ିଆ )

ରାଇରଙ୍ଗପୁର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସ୍ବେଚ୍ଛାସେବୀ ସଂଗଠନ ରେଡି ଭୋଲଣ୍ଟିଅର୍ସ ଆନୁକୁଲ୍ଯରେ ବିଶ୍ବ ପ୍ରେସ ସ୍ଵତନ୍ତ୍ରତା ଦିବସ ପାଳିତ ହୋଇ ଯାଇଛି। ରେଡି ଭୋଲଣ୍ଟିଅର କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ ମୁଖ୍ଯ ଅତିଥି ଭାବେ ଉପସ୍ଥିତ ରହି ରେଡି ଭୋଲଣ୍ଟିଅର୍ସ ଏବଂ ଉପସ୍ଥିତ ଅନ୍ଯମାନଙ୍କୁ ପ୍ରେସ ର ନିଷ୍ପକ୍ଷ ଭୁମିକା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।

ବିଜୟ ରାମ ଏହି ଦିବସ ପାଳନର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।ସମସ୍ତେ “ପ୍ରେସ ଲୋଙ୍ଗ ଲିଭ” ସ୍ଲୋଗାନ ଦେଇ ପ୍ରେସ କୁ ସେଲ୍ୟୁଟ କରିଥିଲେ। ରେଡି ଭୋଲଣ୍ଟିଅର ପ୍ରୀତି ରାଜ ଧନ୍ୟବାଦ ଅର୍ପଣ କରିଥିଲେ।

ରେଡି ଭୋଲଣ୍ଟିଅର୍ସ ତୋପାଇ ବେହେରା, ସୁଭଦ୍ରା ବାରିକ, ଆଦିତ୍ଯ ଗୁପ୍ତା ପିୟୁଷ ବଳ, ଶମିତା ବେହେରା, ରିତା ବିନ୍ଧାଣୀ, ନମିତା ବିନ୍ଧାଣୀ, ସିମରନ ଖାନ, ଆଦିତ୍ଯ ବଳ, ଅଂତିମା ଶୁକ୍ଲା, ପୁଜା ମହାକୁଡ, ଦୁର୍ଗୀ ପାତ୍ର, ଆର୍ୟନ ମହାକୁଡ, ଆକାଶ ଗିରି, ନରେନ୍ଦ୍ର କାରୁଆ, କ୍ରିଷ୍ଣା ରାମ, ସୁଭମ ସିଂହ, ସୁଭଙ୍କର ମହାନ୍ତ, ପଦ୍ମଲୋଚନ ଧୀର  ,ପ୍ରେମାନନ୍ଦ ଓ ଅନ୍ଯମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।

Leave a Reply

Your email address will not be published. Required fields are marked *