ରାଇରଙ୍ଗପୁର ;ତା-୦୫/୦୫(ବିଏମସି ଟିଭି ଓଡ଼ିଆ)
ମୟୁରଭଞ୍ଜଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶିକ୍ଷା ସିହ୍ନା ଦଶମ ପରୀକ୍ଷାରେ ଜିଲ୍ଲାରେ ତୃତୀୟ ତଥା ରାଜ୍ୟ ସ୍ତରରେ ୨୨ ତମ ସ୍ଥାନରେ ରହି ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବାବେଳେ ଆଜି ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ବିଦ୍ୟାଳୟକୁ ପହଞ୍ଚି କୃତି ଛାତ୍ରୀ ଶିକ୍ଷା ସିହ୍ନା ଓ ଏ୧ ଆକାଶ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟୀ ସଦସ୍ୟଙ୍କ ଉପସ୍ଥିତିରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ କୃତୀ ଛାତ୍ର ଛାତ୍ରୀ ଓ ତାଙ୍କ ମାତା ପିତାଙ୍କୁ ରାଇରଙ୍ଗପୁର ବିଧାୟଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ମାନ୍ୟବର ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ୍ ନାଏକଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଭବ୍ୟ ସ୍ବାଗତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ ଜଲେନ ନାଏକ ସଭାରେ ଉପସ୍ଥିତ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ବିଦ୍ୟାଳୟର ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପାଣି ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦଶମ ପରୀକ୍ଷାରେ ୫୭୦ ନଂ ସହିତ ୯୫ ପ୍ରତିଶତ ନଂ ରଖି ରାଜ୍ୟରେ ୨୨ ତମ ଓ ଜିଲ୍ଲା ସ୍ତରରେ ୩ ୟ ସ୍ଥାନରେ ରହି ସୁନାମ ଅର୍ଜନ କରିଥିବା କୃତୀ ଛାତ୍ରୀ ଶିକ୍ଷା ସିହ୍ନାଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ତାଙ୍କ ପିତା ବିଜୟ କୁମାର ସିହ୍ନା ଓ ମାତା ଧରିତ୍ରୀ ବେହେରାଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ୫୪୨ ନଂ ସହିତ ଏ୧ ଗ୍ରେଡ ରେ ଉତ୍ତିର୍ଣ୍ଣ ହୋଇଥିବା ଏହି ବିଦ୍ୟାଳୟର ଅନ୍ୟଜଣେ କୃତୀ ଛାତ୍ର ଆକାଶ ମହାନ୍ତଙ୍କୁ ମଧ୍ୟ ବିଧାୟକ ଶ୍ରୀ ନାଏଙ୍କ ଦ୍ବାରା ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ତାଙ୍କ ମାତା ଅଞ୍ଜନା ମହାନ୍ତ ଓ ପିତା ଦେବେନ୍ଦ୍ର ମହାନ୍ତଙ୍କୁ ମଧ୍ୟ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ କୃତୀ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହିତ ବିଦ୍ୟାଳୟର ବିକାଶ ଓ ଉନ୍ନତ୍ତି ମୂଳକ କାର୍ଯ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉତ୍ତମ ଫଳାପଳ ଆଣି ରାଜ୍ୟ ସ୍ତରରେ ଯେପରି ବିଦ୍ୟାଳୟ ପାଇଁ ସୁନାମ ଆଣି ପାରିବେ ସେଥିପ୍ରତି ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ବିଧାୟକ ଶ୍ରୀ ଜଲେନ ନାଏକ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଲୁମିନି କମିଟିର ସଭାପତି ତଥା ବିଶିଷ୍ଠ ଶିକ୍ଷାବିତ ଚିତ୍ତରଞ୍ଜନ ମଣ୍ଡଳ, ଏସଏମସି ଅଧ୍ୟକ୍ଷ ବୃହସ୍ପତି ବେହେରା, ଜିଏଚଏସଏସ କମିଟୀର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ମହାନ୍ତ,ଟ୍ରଷ୍ଟି ସଦସ୍ୟା ରେଖାରାଣୀ ସିଂ, ସମାଜସେବୀ ବିକାଶ କୁମାର ଅଗ୍ରୱାଲ, ଏସଏମସି ସଦସ୍ୟ ଦୀନବନ୍ଧୁ ମହାନ୍ତ,ରଶ୍ମିତା ମହାକୁଡ଼, କ୍ଷେତ୍ର ମୋହନ ପାତ୍ର,ବରିଷ୍ଠ ଶିକ୍ଷୟିତ୍ରୀ ଦେଓଲା ମାଝୀ, ଅଭିଜିତ୍ର ଜେନା,ଗୀତାଞ୍ଜଳି ମହାନ୍ତ, ସାଗିନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶୁବେଛୁ ତଥା ସମାଜସେବୀ ପ୍ରଶାନ୍ତ ବେହେରା, ରଜତ ବେହେରା, ପ୍ରଶାନ୍ତ ଡାଙ୍ଗୁଆ, ରାଜେଶ ବେହେରା, ସନ୍ତୋଷ ସିଂ, ମହାଦେବ ବେହେରା, ରହିମ ବେହେରା ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
ରାଇରଙ୍ଗପୁର ରୁ ଉତ୍ତମ ରାମ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।