ନୟାଗଡ଼ ; ତା-୧୭/୧୨(ବିଏମସି ଟିଭି ଓଡ଼ିଆ)
ଚଳିତ ୨୦୨୫ ବର୍ଷ ପାଇଁ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ପାଇଁ ରଥ କାଠ ଅନୁକୂଳ କାର୍ଯ୍ୟ ମଙ୍ଗଳବାର ଦିନ ଆରମ୍ଭ ହୋଇଯାଇଛି।ମଙ୍ଗଳବାର ଦିନ ଗଣିଆ ବନାଞ୍ଚଳ ଅନ୍ତର୍ଗତ ମା ବଡ଼ରାଉଳ ମନ୍ଦିର ନିକଟରେ ପହଁଚିବା ପରେ ସେଠାରେ ତାଙ୍କୁ ଖୋଳକୀର୍ତନ ପୂର୍ବକ ମହା ପଟୁଆରରେ ଠାକୁରାଣୀ ମନ୍ଦିର ନିକଟକୁ ପାଛୋଟି ନେଇଥିଲେ। ରିତିନୀତି ମୁତାବକ ପୂଜାର୍ଚନା ପରେ ପୂର୍ବରୁ ଚିନ୍ହଟ କରାଯାଇ ଥିବା ବୃକ୍ଷ ଛେଦନ କାର୍ୟ୍ଯ ଅନୁକୂଳ ହୋଇ ଥିଲା। ପୁରୀରୁ ଏହି ତିନି ଜଣିଆ ଟିମରେ ବିରିଷ୍ଠ ତତ୍ବାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଧାର ରବି ଭୋଇ ପ୍ରମୁଖ ସାମିଲ ଥିଲେ। ସୂଚନା ଅନୁଯାୟୀ ଚଲିତ ବର୍ଷ ରଥ ଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ ବିଭିନ୍ନ କିସମର କାଠ ଆବଶ୍ୟକ ଥିବା ବେଳେ ଗତ ବର୍ଷରୁ ୫୧ ଖଣ୍ଡ କାଠ ବଳକା ଥିବାରୁ ଅବଶିଷ୍ଟ ୮୧୪ ଖଣ୍ଡ କାଠ ଦଶପଲ୍ଲା, ଗଣିଆ ଓ ଖୋର୍ଦ୍ଧା ବନାଞ୍ଚଳରୁ ଯୋଗାଇ ଦିଆଯିବ ବୋଲି ଶ୍ରୀ ମେକାପ ସୂଚନା ଦେଇଛନ୍ତି । ଏହି ରଥକାଠ ଅନୁକୂଳ କାର୍ୟ୍ଯ କ୍ରମରେ ଜିଲ୍ଲା ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗି, ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝୀ ଓ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ରହି ତ୍ୱରାନ୍ୱିତ କରିବା ସହ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।