ପାରଳାଖେଣ୍ଡିରେ ଆନ୍ତର୍ଜାତିୟ ରେଡକ୍ରସ ଦିବସ ୨୦୨୫ ପାଳିତ ।

ଗଜପତି :- ତା – ୦୮/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଆଜି ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ଗଜପତି ଜିଲ୍ଲା ରେଡକ୍ରସ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏହି ଦିବସ ଧୂମଧାମ ରେ ପାଳିତ ହୋଇଯାଇଛି। ଏହି ଦିବସ ରେ ରେଡ କ୍ରସ ର ପ୍ରଭାତ ରେ ସହର ପରିକ୍ରମା ରାଲି, ରକ୍ତଦାନ ଶିବିର, ଓ ରେଡକ୍ରସ ର ଆଜୀବନ ସଦସ୍ୟ ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଡ଼କ୍ରସ ର ମହାମହିମ ରାଜ୍ୟ ପାଳ ପୁରସ୍କୃତ ଶିକ୍ଷକ ଶ୍ରୀ ସଂଜୀବ କୁମାର ଦାସ ଙ୍କୁ ଗଜପତି ର ମାନ୍ୟବର ଜିଲ୍ଲାପାଳ ମହୋଦୟ ତାଙ୍କୁ ମାନପତ୍ର ସହ ଉତ୍ତରୀୟ ପ୍ରଦାନକରି ଜଣେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଓ ପରାମର୍ଶ ଦାତା ରୂପେ ସମ୍ବର୍ଦ୍ଧନା କରିଛନ୍ତି। ଜିଲ୍ଲା ପାଇଁ ଏମିତି ଗର୍ବ ଓ ଗୌରବ ଆଣିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ମହୋଦୟ ମିଳିତ ଭାବରେ ଶୁଭେଚ୍ଛା ଜଣାଇଛନ୍ତି।

ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *