ଓଡିଶା ଅମେଚ୍ୟୁର ବକ୍ସିଂ ଆସୋସିଏସନ୍। ଓଡ଼ିଶାର ବକ୍ସର ଅଖିଳେଶଙ୍କ ପାଟନା ଯାତ୍ରା

ଗଞ୍ଜାମ:- ତା -୧୦/୦୫/୨୫ (ବିଏମସି ଟିଭି ଓଡ଼ିଆ)


ଚଳିତ ମାସ ୧୦ ତାରିଖଠାରୁ ଆରମ୍ଭ ହୋଇ ୧୪ ତାରିଖରେ ସମାପ୍ତ ହେବାକୁ ଥିବା ୟୁଥ୍ ଖେଲୋ ଇଣ୍ଡିଆ ଗେମ୍ସ -୨୦୨୫ ବିହାର ରାଜ୍ୟର ପାଟନା ସହରର ରେଲୱେ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ରାଜ୍ୟ ତରଫରୁ ୯୦+ kg ବିଭାଗରେ ଅଖିଳେଶ ବେହେରା ତଥା ମ୍ୟାନେଜର ସେକଣ୍ଡ୍ସ୍  ଭାବେ ବିପିନି ଗୌଡ଼ ଯାତ୍ରା କରିଛନ୍ତି। ଅଖିଳେଶ ବେହେରା ଗତ ୟୁଥ୍ ନେସନାଲ ବକ୍ସିଂ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବୋଲି ବକ୍ସିଂ ଫେଡ୍ରେସନ ଅଫ ଇଣ୍ଡିଆ ର ଉପସଭାପତି ତଥା ଓଡିଶା ଅମେଚ୍ୟୁର ବକ୍ସିଂ ଆସୋସିଏସନ୍ ର ସମ୍ପାଦକ ଶ୍ରୀ ଅନିଲ ବୋହିଦାର ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଶ୍ରୀ ଆଶୀର୍ବାଦ ବେହେରା, ଶ୍ରୀ ଅଭିଜିତ ପାଳ, ଶ୍ରୀ ସଞ୍ଜୟ ବେହେରା, ଶ୍ରୀ ଅଶୋକ ସାହୁ, ସଭାପତି ଶ୍ରୀ ରଘୁନାଥ ପାଢ଼ୀ, ଶ୍ରୀ k ପ୍ରଭାକର ରାଓ, ଶ୍ରୀ ଅଞ୍ଜନ ଦାସ, ଶ୍ରୀ S N ନାୟକ, ଶ୍ରୀ ନଳିନୀକାନ୍ତ ମହାନ୍ତି, ଶ୍ରୀ ଶିବରାମ ପାତ୍ର, ଶ୍ରୀ ବାବୁ ପାତ୍ର, ଶ୍ରୀ ରବି ଶଙ୍କର ପ୍ରତିହାରୀ, ଶ୍ରୀମତୀ ମମତା ପଣ୍ଡା ଙ୍କ ସମେତ ରାଜ୍ୟର ସମସ୍ତ ବକ୍ସର, ବକ୍ସିଂ କୋଚ୍, 0ABA ର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଆନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।  ଅଖିଳେଶ ବେହେରା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ଆନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶ୍ରୀ ଶିଶିର କୁମାର ପାଣିଗ୍ରାହୀ ଙ୍କ ଠାରୁ ତାଲିମ୍ ଗ୍ରହଣ କରିଛନ୍ତି।

ଶ୍ରୀ ଅନିଲ ବୋହିଦାର
ସମ୍ପାଦକ
OABA

ଛତ୍ରପୁର ରୁ ନିମାଇଁ ଚରଣ ମହାନ୍ତିଙ୍କ ରିପୋର୍ଟ ବିଏମସୀ ନ୍ୟୁଜ ଓଡିଆ।

Leave a Reply

Your email address will not be published. Required fields are marked *