ଗଣିଆ :-୧୦/୦୫/୨୫ (ବିଏମସି ଟିଭି ଓଡ଼ିଆ)
ଆମ ଦେଶରେ ତଥା ଆମ ଓଡିଶା ରେ ଅନେକ ଦେବା ଦେବୀ ଙ୍କୁ ପୂଜା କରାଯାଏ। ତତ ସହିତ ନବ ଗ୍ରହ ପୂଜା ମଧ୍ୟ କରାଯାଏ। ନବଗ୍ରହ କହିଲେ ବୃହସ୍ପତି, ଶନି, ରାହୁ, କେତୁ, ବୁଧ, ମଙ୍ଗଳ, ଶୁକ୍ର, ଚନ୍ଦ୍ର ଓ ସୂର୍ଯ୍ୟ ଙ୍କୁ ବୁଝାଏ। ତେବେ ନବଗ୍ରହ ଙ୍କ ମଧ୍ୟରେ ଶନି ଙ୍କୁ ଗ୍ରହରାଜ ବୋଲି କୁହାଯିବା ସହିତ କର୍ମଫଳ ଦାତା ଓ ଦଣ୍ଡ ବିଧାନ ର ଦାତା ବୋଲି କୁହାଯାଏ। କର୍ମ ଅନୁସାରେ ଫଳ ଦିଅନ୍ତି ଶନି ମହାଗ୍ରହ। ଆମ ରାଜ୍ୟରେ ପ୍ରଭୁ ଶନିଦେବ ଙ୍କୁ ନେଇ ଅନେକ ପୂଜା ବିଦ୍ଧି କରାଯିବା ର ନଜିର ରହିଛି। ତେବେ ଗଣିଆ ବ୍ଲକ ଅନ୍ତର୍ଗତ ବଡସିଲିଙ୍ଗା ପଞ୍ଚାୟତ ର ଗୋଛାବାରୀ ଗ୍ରାମରେ ଅବସ୍ଥିତ ପ୍ରଭୂ ଶ୍ରୀ ଶ୍ରୀ ଶନିଶ୍ଚର ମହାଗ୍ରହ ଙ୍କ ପୀଠରେ ବୈଶାଖ ମାସର ଶେଷ ଶନିବାର ଦିନ ୭ମ ବାର୍ଷିକ ମହାଯଂଜ୍ଞ ମହାଡମ୍ବରେ ପାଳିତ ହୋଇଅଛି। ସୂଚନା ଅନୁସାରେ ଶୁକ୍ରବାର ଦିନ ଅଧିବାସ ଓ ଜଳଯାତ୍ରା ପୂଜା ବିଦ୍ଧି କରାଯାଇଥିଲା। ଶନିବାର ଦିନ ସୂର୍ଯ୍ୟପୂଜା, ନାମକୀର୍ତ୍ତନ, ଘୃତଯଂଜ୍ଞ,ଶନିଶ୍ଚର ମେଳା ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଛି।

୩୦ଜଣ ବ୍ରତଧାରୀ ଭକ୍ତ ଶନି ଉପବାସ କରି ଶନିଶ୍ଚର ମହାପ୍ରଭୁଙ୍କୁ ପୂଜା କରିଥାନ୍ତି।ଶନିଶ୍ଚର ମହାପ୍ରଭୁଙ୍କ କମିଟିର ସଭାପତି ରବୀନ୍ଦ୍ର ଯାନୀ, ସମ୍ପାଦକ କମିଶନର ମାଝୀ ଙ୍କ ତତ୍ୱାବଧାନତା ରେ ଆୟୋଜିତ ବାର୍ଷିକ ଉତ୍ସବ ରେ ପୂଜକ ବିଜୟ ଶତପଥି ଓ ମାଳି ଭାବେ କାର୍ଯ୍ୟ କରୁଥିବା ପ୍ରସନ୍ନ କୁମାର ରଣା ସହଯୋଗ କରିବା ସହିତ ପଞ୍ଚାୟତ ବାସିଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଯଂଜ୍ଞ ସମ୍ପର୍ଣ୍ଣ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଙ୍କ ସମାଗମ ହୋଇଥିଲା ଓ ସମସ୍ତ ଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏଥି ସହିତ ଦଶପଲ୍ଲା କଳାକାର ସଂଘର ସଭାପତି ବନମାଳୀ ରଣା ଙ୍କ ସହିତ ସଂଯୋଜକ କିଶୋର ଚନ୍ଦ୍ର ଦଳବେହେରା ଉପସ୍ଥିତ ଥିଲେ।ପଞ୍ଚାୟତ ବାସୀଙ୍କ କହିବାନୁସାରେ ଯଦି ପ୍ରଶାସନ କିମ୍ବା ରାଜନେତାଙ୍କ ଦୃଷ୍ଟି ପଡନ୍ତା ତାହାହେଲେ ଶନିଶ୍ଚର ମହାପ୍ରଭୁଙ୍କ ମନ୍ଦିର ସହିତ ପରିବେଶ ଉର୍ନ୍ନତି ହୁଅନ୍ତା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।