କଲ୍ୟାଣସିଂହପୁର ଠାରେ ବିଜେପି ଦଳର ସାଂଗଠାନିକ ବୈଠକ ସହ ମିଶ୍ରଣ ପର୍ବ ଅନୁଷ୍ଠିତ

ରାୟଗଡ଼ା ତା୧୧/୦୫/୨୫ (ବିଏମସି ଟିଭି ଓଡ଼ିଆ)

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ବି ନାରାୟଣପୁର ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜେପି ଦଳର ସାଂଗଠାନିକ ବୈଠକ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେପି ସଂଘଠନ ମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ଯୋଗ ଦେଇ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ଦଳର ବିଜୟୀ ପାଇଁ ଦଳୀୟ କର୍ମକର୍ତ୍ତା ଙ୍କୁ ଗୂରୁ ମନ୍ତ୍ର ପ୍ରଦାନ କରିଥିଲେ ଏହା ସହ କଂଗ୍ରେସ ବିଜେଡ଼ି ବିଏସପି ଦଳ ଛାଡ଼ି ଅନେକ କାର୍ଯ୍ୟକର୍ତ୍ତା ବିଜେପି ଦଳର ବିଚାରଧାରା ରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ମାଝିଗୁଡ଼ା ପଞ୍ଚାୟତରୁ ବରିଷ୍ଟ କର୍ମୀ ବ୍ରଜ ସୁନ୍ଦର ରଥ ଙ୍କ ନେତୃତ୍ବରେ ହରିହର ମିଶ୍ର ,କାଳିଆ ଦାସ, ପଦ୍ମନ ତ୍ରିପାଠୀ,କେଦାର ମିଶ୍ର ସୁନାଖଣ୍ଡି ପଞ୍ଚାୟତର ବିନାୟକ କୁଲିସିକା, ରାମାରାଓ କୁଲିଶିକା ଓ କେଶରୀ ଭତ୍ରା ନେତୃତ୍ୱରେ ସଞ୍ଜୟ ବାଗ ,ଘାସିରାମ କୁଲିସିକା, ଗୋପୀ ହୁଇକା, ମାଲେସ ରାଓ, ନବଘନ ସିଚୁଆନ୍ , ଅଭି ଚୌଧୁରୀ , ତ୍ରିନାଥ ଦଳେଇ , କାଳିଆ କୁଲିସିକା , ଦିନବନ୍ଧୁ କାଡ୍ରାକା , ଚନ୍ଦ୍ର ଶେଖର ଭତ୍ରା, ଧାମୁଣି ପାଙ୍ଗା ପଞ୍ଚାୟତରୁ କାମେଶ୍ୱର କରକରିଆ , ସୁନଖଣ୍ଡି ପଞ୍ଚାୟତରୁ ତ୍ରିନାଥ ଦଳାଇ ଏଵଂ ଶିକରପାଇ, ସିଙ୍ଗାରି, କଲ୍ୟାଣସିଂହପୁର ତଥା ବ୍ଲକ୍ ର ବିଭିନ୍ନ ପଞ୍ଚାୟତରୁ କାର୍ଯ୍ୟକର୍ତ୍ତା ମିଶ୍ରଣ ପର୍ବରେ ସାମିଲହୋଇଥିଲେ ତାଙ୍କୁ ବିଷମକଟକ ନିର୍ବାଚନ ମଣ୍ଡଳର ବିଧାୟକ ପ୍ରାଥି ଜଗନ୍ନାଥ ନୁଣ୍ଡ୍ରୁକା , ଜିଲ୍ଲା ସଭାପତି ଗୋପୀ ଆନନ୍ଦ ବରିଷ୍ଟ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶିବ ଶଙ୍କର ଉଲାକା, କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ ପାଣିଗ୍ରାହୀ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଏହି ସମୟରେ କଲ୍ୟାଣସିଂହପୁର ମଣ୍ଡଳର ଅନେକ ପଦାଧିକାରୀ କୃଷ୍ଣ ସାମଲ, ସନ୍ଦୀପ ଗୁଡୁଲା, ଶିବ ଆଚାରି, ଅଶ୍ୱିନୀ ମହାପାତ୍ର, ସନ୍ତୋଷ କୁମାର ବଛା, ସୁରେନ୍ଦ୍ର କୌଶଲ୍ୟା, ନକୁଳ ବେନିଆ ଏବଂ ସିକରପାଇ ମଣ୍ଡଳ ର ବରିଷ୍ଟ କର୍ମୀ ବାବୁରାଓ ଯାଡି, ମୋନଜ କୁମାର୍ ସେଠୀ, ଜଗନ୍ନାଥ , ଚନ୍ଦ୍ର ଶେଖର ଓ ଦଳୀୟ ଅନେକ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡ଼ା ଜିଲ୍ଲାରୁ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *