ମୋହନ ସରକାର ରେ “ଆମ ଓଡିଶା ନବୀନ ଓଡିଶା ” କାର୍ଯ୍ୟକ୍ରମ ଅନୁଷ୍ଠିତ


ଦଶପଲ୍ଲା :-୧୧/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଯୁବ ଶକ୍ତି ର ବିକାଶ ପାଇଁ ବିଗତ ବିଜେଡି ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଥିଲେ। ଯୁବକ ମାନଙ୍କ ଶାରୀରିକ ବିକାଶ ପାଇଁ କ୍ରୀଡା ଏକ ଅପରିହାର୍ଯ୍ୟ ବିଷୟ ବୋଲି ହୃଦୟ ଙ୍ଗମ କରି “ଆମ ଓଡିଶା ନବୀନ ଓଡିଶା “ମାଧ୍ୟମରେ ବିଭିନ୍ନ ଖେଳ ଉପକରଣ ପ୍ରତି ପଂଚାୟତ କୁ ପଠାଇଥିଲେ। ତେବେ ବହୁତ ବିଳମ୍ବ ହେଲେ ମଧ୍ୟ ରବିବାର ଦିନ ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତର ସମସ୍ତ ଗ୍ରାମର ଯୁବକ ସଂଘ ଗୁଡିକୁ ଆମ “ଓଡିଶା-ନବୀନ ଓଡିଶା ଯୋଜନା” ର କ୍ରୀଡ଼ା ସାମଗ୍ରୀ ବଣ୍ଟନ ଦଶପଲ୍ଲା ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ  ଉପେନ୍ଦ୍ର କୁମାର ସାହୁ ଙ୍କ ଦ୍ୱାରା ବଣ୍ଟନ ହୋଇଯାଇଛି। ଏତଦ୍ୱାରା ଯୁବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଯ ଓଡ଼ିଆ।

Leave a Reply

Your email address will not be published. Required fields are marked *