ଦଶପଲ୍ଲା :-୧୨/୦୫/୨୫ (ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସୀ ଅନ୍ତର୍ଗତ କୁଂଜବନଗଡ ୧ନଂ ୱାର୍ଡ ର ଗଡ଼ରାଜେଶ୍ବରୀ ମା ନାୟିକାଶୁଣୀ ଦୈବୀ ପୀଠରେ ବିଶ୍ଵଶାନ୍ତି ନିମନ୍ତେ ମହାଯଂଜ୍ଞ ର ଆୟୋଜନ ହୋଇଯାଇଛି। ୯ ତାରିଖ ଶୁକ୍ରବାର ଦିନ ପ୍ରଥମେ ଅଙ୍କୁରାରୋପଣ ଓ ନବବିଘ୍ନ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ଜଳକଳସିଯାତ୍ରା, ସୂର୍ଯ୍ୟପୂଜା ଓ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଯାଇଛି। ଚାରି ଦିନ ଧରି ଚାଲି ଥିବା ଏ ବିଶ୍ଵଶାନ୍ତି ମହାଯଂଜ୍ଞ ରେ ଘୃତଯଂଜ୍ଞ, ଦୀପଯଂଜ୍ଞ,ଚଣ୍ଡୀଯଂଜ୍ଞ ଓ ଅନ୍ନଯଂଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସୋମବାର ଦିନ ଏହି ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି କାର୍ଯ୍ୟ ସମାପ୍ତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ସମସ୍ତ କୁଞ୍ଜବନଗଡର ଜନସାଧାରଣ ସହଯୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।