ଲୋକକଳା ଗ୍ରାମ କୁଞ୍ଜବନଗଡ଼ ର ନିଖୁଣ ଚିତ୍ରକାର

ଦଶପଲ୍ଲା :-୧୨/୦୫/୨୫ (ବିଏମସି ଟିଭି ଓଡ଼ିଆ)

ଓଡିଶା ର କଳା, ସ୍ଥାପତ୍ୟ,ସଂସ୍କୃତି ଭାରତ ବର୍ଷ ରେ ସମ୍ପୂର୍ଣ ଭିନ୍ନ। ବିଗତ ଦିନରେ ଓଡିଶା ର ପୂରପଲ୍ଲୀରେ ଅନେକ ଚିତ୍ରକାର, ନାଟ୍ୟକାର, ଶିଳ୍ପୀକାର,ବୁଣାକାର ଆଦି ବିଭିନ୍ନ ପ୍ରକାର ର ଶିଳ୍ପୀ ନିଜର କଳା ଓ ଶିଳ୍ପୀ ର ଛାପ ଛାଡିଯାଇଛନ୍ତି। ବର୍ତମାନ ର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଥା ସମସ୍ତେ ଜାଣନ୍ତି। କୋଣାର୍କ ମନ୍ଦିର ର କାରୁକାର୍ଯ୍ୟ ମଧ୍ୟ ବହୁ ପୁରାତନ। ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ହେଉ ଅବା ପ୍ରଭୂ ଶ୍ରୀ ଲିଙ୍ଗରାଜ ମନ୍ଦିର ଆଦିର କାରୁକାର୍ଯ୍ୟ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ଏ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଦଶପଲ୍ଲା କୁଞ୍ଜବନ ଗଡ଼ ଲୋକକଳା ଗ୍ରାମର ଅଞ୍ଜନ ରଘୁବୀର ରଞ୍ଜନ , ବୟସ ମାତ୍ର ୩୦ବର୍ଷର ଜଣେ ନିଖୁଣ ଚିତ୍ରକାର ଙ୍କୁ ଦେଖିବାକୁ ମିଳିଛି। ତାଙ୍କ ହସ୍ତ ତିଆରି ଚିତ୍ର ସତରେ ଦେଖାଯାଏ ଜୀବନ୍ତ ଓ ଦେଖିଲେ ଲାଗେ ଆଶ୍ଚର୍ୟାନ୍ୱିତ। ତେବେ ଏପରି କଳାକାର ଙ୍କୁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ କଲେ ସେମାନେ ଆମ ଓଡିଶା ପାଇଁ ଗର୍ବ ଆଣିପାରିବେ ଓ ଓଡିଶା ର ନାମକୁ ଉଚ୍ଚ କୁ ନେଇପାରିବେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *