ଗୋଟିଏ ମଞ୍ଚ କୁ ପୃଥକ ଭାବେ ଉଦଘାଟନ କଲେ ବିଜେପି ନେତା




ଦଶପଲ୍ଲା:- ୧୩/୦୫/୨୫ (ବିଏମାସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକ  ମାଇଛେଳି ପଞ୍ଚାୟତର ବାର ଘରିଆ ଗ୍ରାମରେ ରାମ ନାଟକ ମଞ୍ଚସ୍ଥ ଗତ ସୋମବାର ଦିନ ହୋଇଯାଇଛି। ତେବେ ଏହି ରାମ ନାଟକ ମଞ୍ଚ କୁ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଦଶପଲ୍ଲା ବିଜେପି  ନେତା   ରାଘବ ମଲିକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମାତ୍ର ଦୁଇଜଣ ପୃଥକ ପୃଥକ ଭାବେ ସେ ନାଟକ ମଞ୍ଚରେ ପହଂଚି ମଞ୍ଚକୁ ଉଦଘାଟନ କରିଥିଲେ। ତେବେ ଏତତ୍ ଦ୍ୱାରା ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଏକ ଦ୍ଵନ୍ଦ ଭାବ ଦେଖିବାକୁ ମିଳିଛି। ପୃଥକ ପୃଥକ ଭାବେ ବିଜେପି ର ଦୁଇ ନେତା ଗୋଟିଏ ମଞ୍ଚ କୁ କିପରି ଦୁଇଥର ଉଦଘାଟନ କଲେ? ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଦଶପଲ୍ଲା ନିର୍ବାଚନମଣ୍ଡଳୀ ର ବିଜେପି ଆଜି ଦୁଇଫାଳ। ନିଜ ନିଜ ମଧ୍ୟରେ ସମନ୍ୱୟ ନାହିଁ। ତେବେ ପଞ୍ଚାୟତ ଭୋଟ ପୂର୍ବରୁ ଏପରି ଚାଲିଲେ ବିଜେପି ର ହାର ସୁନିଶ୍ଚିତ।” ମାରି ନେବେ ମହାପାତ୍ରେ ଚାହିଁଥା ରେ ଜଳକା “ଉପାଖ୍ୟାନ ସତ ଭଳି ଲାଗିବ ଓ ଅନ୍ୟ ଗୋଷ୍ଠୀ ଙ୍କ ବାଜିମାତ ସୁନିଶ୍ଚିତ। ଦେଖାଯାଉ କେବେ ବିଜେପି ଗୋଷ୍ଠୀ କନ୍ଦଳ ର ଅବସାନ ଘଟୁଛି ଓ ସମସ୍ତ ଙ୍କୁ ଏକତ୍ର କରି ଆଗାମୀ ନିର୍ବାଚନ ବୈତରଣୀ ପାର କରୁଛନ୍ତି ତାହା ଦେଖିବାର ବାକି ରହିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *