ଦଶପଲ୍ଲା :-୧୩/୦୫/୨୫ (ବିଏମଶି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦ୍ୱାରଗାଁ ଗ୍ରାମ ଠାରେ ଆଦର୍ଶ ବିଦ୍ୟାଳୟ ଟି ଅବସ୍ଥିତ। ୨୦୨୪-୨୫ ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ ୭୬ ଜଣ ଛାତ୍ର ଛାତ୍ରୀ ମୋଟ ପରୀକ୍ଷା ଦେଇଥିଲେ। ତେବେ ଆଦର୍ଶ ବିଦ୍ୟାଳୟ ର ଆଦର୍ଶ ଶିକ୍ଷକ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦଶମ ଶ୍ରେଣୀ ପରୀକ୍ଷା ରେ ସମସ୍ତ ଛାତ୍ର ଛାତ୍ରୀ ପାସ କରିଛନ୍ତି। ଏହା ହେଉଛି ପ୍ରକୃତ ଶିକ୍ଷାଦାନ ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି। ତେବେ ୯୦ ପ୍ରତିଶତ ଉପରେ ଅନ୍ଵେଷା ସାହୁ,ସ୍ମୃତିରଞ୍ଜନ ରଣା ଓ ସୋହନ କୁମାର ସ୍ୱାଇଁ ଆଦି ଛାତ୍ର ଛାତ୍ରୀ ଙ୍କୁ ମିଶାଇ ମୋଟ ୧୧ ଜଣ ପାସ କରିଛନ୍ତି।ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମିଶାଇ ସର୍ବ ମୋଟ ୭୬ ଜଣ ପାସ କରିଥିବା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ସାହୁ ପ୍ରକାଶ କରିଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଆ।