ଗଞ୍ଜାମ:- ତା – ୧୮/୦୫/୨୫ (ବିଏମସି ଟିଭି ଓଡ଼ିଆ)
ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଗୁରୁବାର ବ୍ରହ୍ମପୁରରେ ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ ସଂମାନ ଜଣାଇ ବ୍ରହ୍ମପୁରଠାରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଆୟୋଜିତ କାର୍ଯ୍ୟକ୍ରମରେ
ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ ଅନିଲ କୁମାର, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଗମିତ୍ରା ଦଳାଇ, ଶ୍ରୀଯୁକ୍ତ ଡେପୁଟି ମେୟର ଇ ବିବେକ ରେଡ୍ଡୀ, କମିଶନର ଶ୍ରୀଯୁକ୍ତ ଭବାନୀ ଶଙ୍କର ମିଶ୍ର, ବ୍ରହ୍ମପୁର ଉପ ଜିଲ୍ଳାପାଳ ଦୀନା ଦସ୍ତଗୀର ଯୋଗଦେଇ ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ।
ସକାଳ ୮ଟାରେ ବାଇକ୍ ରାଲି ରାମ ଲିଙ୍ଗେଶ୍ୱର ଟାଙ୍କ ଛକରୁ ଆରମ୍ଭ ହୋଇ ଗାନ୍ଧୀନଗର, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଛକ ହୋଇ, ଖଲ୍ଲିକୋଟ କଲେଜ ରୋଡ଼ , ଗିରି ରୋଡ଼, ଟାଟା ବେଞ୍ଚ ଛକ, କୋମାପଲ୍ଲୀ ଛକ, କୋର୍ଟପେଟା ଛକ ହେଇକି ଇଞ୍ଜିନିୟରିଙ୍ଗ ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା l ଏହି ରାଲିରେ ପ୍ରଶାସନିକ ଅଧିକାରୀ,ଅବସର ପ୍ରାପ୍ତ ସୈନିକ ସଙ୍ଘ,ପୁଲିସ,ସରକାରୀ କର୍ମଚାରୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ। ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାଦ୍ଦ୍ୟ ର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ ବୋଲି ଅତିଥି ଗଣ କହିଥିଲେ।
ଗତ ଏପ୍ରିଲ୍ ୨୨ ତାରିଖରେ ଜାମ୍ମୁ କାଶ୍ମୀରର ପେହେଲଗାଓଁ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସର୍ବ ଧର୍ମ ଓ ନିରପେକ୍ଷତା ଭାବେ ଅଭୁତପୁର୍ବ ଭାବେ ଜାତୀୟତାର ଏକତା ସୃଷ୍ଟି ହୋଇଥିଲା ।
ଅପରେସନ ସିନ୍ଦୂରରେ ଭାରତୀୟ ସେନାର ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ଓ ରଣକୌଶଳ ଭାରତ ସମେତ ସମଗ୍ର ବିଶ୍ଵରେ ଭାରତୀୟ ସେନାର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।
ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡାଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।