ମୟୁରଭଞ୍ଜ ;ତା-୧୬/୦୫(ବିଏମସି ଟିଭି ଓଡ଼ିଆ)
ଆଳୁ ପାଇଁ ଜମୁଛି ଭିଡ଼ । ଶସ୍ତାରେ ନେବା ପାଇଁ ଲୋକେ ଭିଡ଼ା ଭିଡ଼ି। ହଁ ଦର୍ଶକ ବନ୍ଧୁ କିଛି ମାସ ଆଗରୁ ପୋଡ଼ଶୀ ରାଜ୍ୟ ପଶ୍ଚିମବଙ୍ଗ ଆଳୁ ପାଇଁ କଟକଣା ଲଗାଇଥିଲେ। ତେବେ ପରିସ୍ଥିତି ମୁକାବିଲା ପାଇଁ ଓଡ଼ିଶା ସରକାର ଅନ୍ୟ ରାଜ୍ୟ ରୁ ଆଳୁ ଆଣି ଓଡ଼ିଶାକୁ ଯୋଗାଉଥିଲେ। ଫଳରେ ଆଳୁ ଦର ଆକାଶ ଛୁଆଁ ହୋଇଥିଲା। ଆଉ ସେତେବେଳେ ବଜାରରେ ଆଳୁ ଦର କିଲୋ ପ୍ରତି ୫୦ ରୁ ୬୦ ଟଙ୍କାରେ ମିଳୁଥିଲା। କିନ୍ତୁ ଧିରେ ଧିରେ କଟକଣା ହଟିବାରୁ ପଶ୍ଚିମବଙ୍ଗ ରୁ ଆଳୁ ଆସିଥିଲା। ତେବେ ଦରଦାମ ଧିରେଧିରେ ହ୍ରାସ ପାଇ ଆଳୁ କିଲୋ ପିଛା ଏବେ ୧୮ ରୁ ୨୦ ଟଙ୍କା ରହିଛି। କିନ୍ତୁ ଆଜି ପଶ୍ଚିମବଙ୍ଗରୁ ଏକ ଆଳୁ ବୋଝେଇ ଟ୍ରକ ଅମରଦା ବାରିପଦା ମୂଖ୍ୟ ରାସ୍ତା କଡ଼ ତଥା ଝରଖଣିଆ ଛକ ଠାରେ ଅଟକି ଶସ୍ତାରେ ଆଳୁ ବିକ୍ରି ହେଉଥିବା ଖବର ପାଇ ଆଖପାଖରୁ ଆସି ଆଳୁ କିଣିବାକୁ ଲୋକେ ଭିଡ଼ ଜମାଇ ଥିଲେ। । ତେବେ ବର୍ତ୍ତମାନ ବଜାରରେ ଆଳୁ ୫୦କେଜି ବସ୍ତା ର ଦାମ ୭୫୦ଟଙ୍କା ରହିଥିଲା ବେଳେ ଆଜି ମାତ୍ର ୪୦୦ ଟଙ୍କାରେ ୫୦ କେଜି ଆଳୁ ଦିଆଯାଇଛି।ଦେଖୁନାହାନ୍ତି ଆଳୁ ନେବାପାଇଁ କିଭଳି ଭିଡ଼ ଲାଗିଛି। ରାସ୍ତାରେ ଭିଡ ଲାଗିବାରୁ ବସ ଅଟକି ଯାଉଥିବା ଦେଖିବାକୁ ମିଳିଛି।ଲୋକେ ଆଳୁ ସରିଯିବ ବୋଲି ନେବାପାଇଁ ଭିଡ଼ା ଭିଡ଼ି। କିଏ ୨ବସ୍ତା ଆଳୁ ନେଉଛି ତ କିଏ ଚାରି ବସ୍ତା।କିଏ ଘର ପାଇଁ ନେଉଛି ତ କିଏ ଦୋକାନରେ ରଖି ବିକିବା ପାଇଁ ନେଉଛନ୍ତି। ମାତ୍ର ଲୋକେ ନେଉ ନେଉ ଆଖପିଛୁଳାକେ ପୁରା ଟ୍ରକ୍ ଖାଲି ହୋଇଗଲା। ଯେଉଁ ମାନେ ଖବରପାଇ ଆଳୁ ଗାଡ଼ି ନିକଟକୁ ଆସିବାରେ ବିଳମ୍ୱ କରିଥିଲେ ସେମାନ ହତାଶ ହୋଇ ଫେରିଥିଲେ। କିନ୍ତୁ ବେପାରୀ ଜଣକ ପୁଣି କାଲି ସକାଳେ ଗାଡି ଲାଗିବ ବୋଲି କହିଛନ୍ତି। ଯାହାର ଆଳୁ ଯେତେ ଦରକାର ଥିବ ଆସନ୍ତାକାଲି ସକାଳ ନେଇପାରିବେ ବୋଲି କହିଛନ୍ତି ବେପାରୀ । ହେଲେ ବଜାରରେ ଏବେବି ଆଳୁ ଦର କମୁନାହିଁ ଏହା ପଛରେ କାରଣ କଣ ବୋଲି ଲୋକେ କୁହା କୁହି ହେଉଥିବା ଲକ୍ଷ୍ୟ କରାଯାଇଛି। ତେବେ କଣ ସରକାର କଳାବଜାରି ନିୟନ୍ତ୍ରଣ କରିବାରେ ଅସମର୍ଥ କି ବୋଲି ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳିଥିଲା।
ମୟୁରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।