କାହା ଆଢୁଆଳରେ ମାଟି ଇଟା ମାଫିଆ।

ନୟାଗଡ ;ତା-୧୯/୦୫(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତଥା ଏନ ଏ ସୀ ର ବିଭିନ୍ନ ଅଞ୍ଚଳରେ ମାଟି ଇଟା ବେପାର ବେଧଡକ ଚାଲିଛି। ତେବେ ସିମେଣ୍ଟ ଇଟା ବ୍ୟବସାୟୀ ମାନେ ଏଥିପାଇଁ ନାହିଁ ନ ଥିବା ସମସ୍ୟା ଭୋଗିବା ସ୍ୱାଭାବିକ କଥା। ସିମେଣ୍ଟ ଇଟା ର ଚାହିଦା ଧୀରେ ଧୀରେ ବଢିବାକୁ ଲାଗିଲାଣି ମାତ୍ର ତାହା ଆଖିଦୃଷ୍ଟିଆ ଭାବେ ନୁହେଁ। ସରକାର ଙ୍କ ଦ୍ୱାରା ଅନୁମତି ପ୍ରାପ୍ତ କରି ଇଟା ତିଆରି କରିବା ଓ ଅନ୍ୟ ବାହ୍ୟ ଖର୍ଚ୍ଚ କରି ସଂସ୍ଥା ଚଳାଇବା କଷ୍ଟସାଧ୍ୟ ବ୍ୟାପାର ସିମେଣ୍ଟ ଇଟା ମାଲିକ ଙ୍କ ପାଇଁ ହୋଇପଡିଛି। ତେବେ ଏପଟେ ମାଟି ଇଟା ଦଶପଲ୍ଲା ର ବିଭିନ୍ନ ଅଂଚଳ ରେ ବ୍ୟବସାୟ ବିନା ଅନୁମତି ରେ ଚାଲିଥିବା ବେଳେ ପ୍ରଶାସନ ଏଠି ହାତ ଟେକି ଦେଇଛି। ସେମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଏହି ମାଟି ଇଟା ବ୍ୟବସାୟ ଚାଲିଛି ବୋଲି ମଧ୍ୟ ଜନସାଧାରଣ ରେ ଚର୍ଚ୍ଚା ହେଉଛି। ଦେଖାଯାଉ ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନାଁ ଜାଣି ନ ଜାଣିବାର ଅଭିନୟ କରୁଛି ତାହା ସମୟ କହିବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *