ଦଶପଲ୍ଲା:-୨୪/୦୫/୨୫ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲାରେ ଦିନକୁ ଦିନ ଗାଡିମଟର ସଂଖ୍ଯା ହୁ-ହୁ ହୋଇ ବଢିଚାଲିଛି।କାର,ମୋଟର ସାଇକେଲ ଠାରୁ ଆରମ୍ଭ କରି ଯାତ୍ରୀବାହୀ ଓ ମାଲବାହୀ ଗାଡି ଦଶପଲ୍ଲା ମଧ୍ଯ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଶହ-ଶହ ସଂଖ୍ଯାରେ ଯାତାୟତ କରୁଥିବା ବେଳେ ଟ୍ରାଫିକ୍ ସମସ୍ଯା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି! ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇନଥିବାରୁ ବଜାର ମଧ୍ୟରେ ଛୋଟ-ବଡ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇପଡିଲାଣି।ବିଶେଷତଃ ତ୍ରିନାଥ ବଜାର ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ସାଧାରଣ ଜନତା ଏପରିକି ବରିଷ୍ଠ ନାଗରିକ, କୁନିକୁନି ପିଲାମାନଙ୍କର ନିତିଦିନିଆ ଯାତାୟତ ପଥ ତଥା ସ୍କୁଲ ଏବଂ ଟିୟୁସନ ହୋଇଥିବା ବେଳେ ଏହି ପଥରେ ହିଁ ଟ୍ରାଫିକ୍ ସମସ୍ଯା ଯୋଗୁଁ ସମସ୍ତେ ଭୟଭୀତ ହୋଇ ପଡୁଛନ୍ତି।ସ୍କୁଲ, ଟିୟୁସନ ରୁ ପିଲା ଯିବା ଆସିବା ସମୟରେ ଦୁର୍ଘଟଣା ଘଟୁଛି ! ୫ରୁ୬ଟି ଜିଲ୍ଲା ସହିତ ସିଧାସଳଖ ଯୋଗାଯୋଗର ଲାଇଫଲାଇନ୍ କୁହାଯାଉଥିବା ଏହି ରାଜପଥ ଉପରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଦୀର୍ଘ ମିଆଦୀ ଯୋଜନା କରିବା ପାଇଁ ଦାବୀ ହେଉଛି। ବିଶେଷତଃ ରବିବାର ଦିନ ଦୁର୍ଗା ବଜାର ଠାରେ ଜନଗହଳି ହୋଇଥିବାରୁ ଗାଡ଼ି ମୋଟର ଯାମ ହୋଇଥାଏ। ଏଥିପାଇଁ ଦୁର୍ଘଟଣା ମଧ୍ୟ ଘଟିଥାଏ।ବଡକଥା ହେଲା ପ୍ରସ୍ତାବିତ ବାଇପାସ୍ ରାସ୍ତା ନିର୍ମାଣ ହେଲେ ଅବସ୍ଥା କିଛି ମାତ୍ରାରେ ସୁଧୁରି ଯାଆନ୍ତା ହେଲେ ହବ ହବ ବୋଲି କୋଉ କାଳରୁ ଶୁଣିବାକୁ ମିଳୁଛି।ଆଉ କେତେଦିନ ଲାଗିବ ବା କେବେ ହେବ ତାର ଉତ୍ତରକୁ ଏବେ ବି ଜନସାଧାରଣ ଅପେକ୍ଷା କରିରହିଛନ୍ତି ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।