ନୟାଗଡ :ତା-୨୬/୦୫(ବିଏମସି ଟିଭି ଓଡ଼ିଆ )
ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଵାଣିଗୋଚ୍ଛା ମଣ୍ଡଳ କୁଜାମେଣ୍ଢି ,କଲୁରୁକୁମ୍ପା,ନୂଆଗାଁ ଗ୍ରାମପଞ୍ଚାୟତ ର ପ୍ରତ୍ୟେକ ବୁଥ ସ୍ତରୀୟ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ସରିଗଣ୍ଡା ମଣ୍ଡଳର ଟାକରା, ତେଣ୍ଡାବାଡି, ପୋଖରୀଗୋଚ୍ଛା ଗ୍ରାମ ପଞ୍ଚାୟତରେ ମଧ୍ୟ ବୁଥ ସ୍ତରୀୟ ମନକି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଵାଣିଗୋଚ୍ଛା ମଣ୍ଡଳ ର ପୂର୍ଣ୍ଣ ଚନ୍ଦ୍ର ନାୟକ, ରବୀନ୍ଦ୍ର ନାୟକ, ପାଇଁ ପବିତ୍ର ଭୋଇ, ଅଶୋକ ନାୟକ, ବସନ୍ତ ସାହୁ, ବସନ୍ତ ମୁଦୁଲି ସତ୍ୟ ନାରାୟଣ ସାହୁ, ଶାନ୍ଟୁନୁ ନାୟକ ଥିବାବେଳେ ସରିଗଣ୍ଡା ମଣ୍ଡଳ ର ମାନସ ରଞ୍ଜନ ନାୟକ, ବାପୁଜୀ ସାହୁ, କୈଳାସ ମହାଖୁଡ଼ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ମଣ୍ଡଳ ସଭାପତି ତଥା କନ୍ଧମାଳ ସାଂସଦଙ୍କ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ସଂଯୋଜନା କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।