ସ୍ବାମୀଙ୍କ ଦୀର୍ଘାୟୁ ଓ ଆରୋଗ୍ୟ କାମନା କରି ମହିଳା ମାନେ ପାଳିଲେ ସାବିତ୍ରୀ ବ୍ରତ।

ରାୟଗଡା  :ତା-୨୬/୦୫(ବିଏମସି ଟିଭି ଓଡ଼ିଆ )

ପୌରାଣିକ କିମ୍ବଦନ୍ତୀ ଅନୁସାରେ ସତ୍ୟବାନ୍ ଙ୍କ ଆୟୁ କମ୍ ଥିଲା। ଯମରାଜା ଆସି ସତ୍ୟବାନ୍ ଙ୍କ ଜୀବନ ନେବାକୁ ଚାହୁଁଥିଲେ। ଏହା ଜାଣିପାରି ସତ୍ୟବାନ୍ ଙ୍କ ପତ୍ନୀ ସାବିତ୍ରୀ ଜମରାଜ ଙ୍କ ପଛେ ପଛେ ଯାଇଥିଲେ। ଏବଂ ନିଜ ସତୀତ୍ୱ ବଳରେ ଯମରାଜାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଯମରାଜଙ୍କ ଠାରୁ ନିଜ ସ୍ଵାମୀଙ୍କ ଜୀବନ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଏହି ପୌରାଣିକ କିମ୍ବଦନ୍ତୀ ଅନୁସାରେ ଆଜି ମଧ୍ୟ ସତ୍ୟବାନ୍ ଓ ସତୀ ସାବିତ୍ରୀ ଙ୍କ ପୁରାଣ ଓ କଥା ନିଜ ଜୀବନରେ ଆପଣେଇବା ସହିତ ସାବିତ୍ରୀ ବ୍ରତ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ପାଳନ କରନ୍ତି। ସାବିତ୍ରୀ ଜଙ୍ଗଲରେ ଜଙ୍ଗଲ ଫୁଲ ଫଳ ସହିତ ପୁଜା କରିଥିବା ହେତୁ, ସାବିତ୍ରୀ ବ୍ରତରେ ମଧ୍ୟ ମହିଳା ମାନେ ଆମ୍ବ, ପଣସ, ନଡିଆ, କଦଳୀ, ଆଖୁ, ଖୋଜୁରି, ଜାମୁକୋଳି, ଖଜୁରୀ କୋଳି, ଲିଚୁ, ଏହିଭଳୀ ନାନା ପ୍ରକାର ଫଳ ଯେଉଁ ଗୁଡ଼ିକ ଜଙ୍ଗଲରେ ମିଳେ ସେଗୁଡିକ ଏହି ପୂଜାରେ ଲାଗି ହୋଇଥାଏ। ବିଶେଷ କରି ଏହି ସାବିତ୍ରୀ ବ୍ରତ ବିବାହିତା ମହିଳା ମାନେ ସ୍ଵାମୀଙ୍କ ଆୟୁ ଆରୋଗ୍ୟ କାମନା କରି ପାଳନ କରନ୍ତି। ଏହି ପରିପେକ୍ଷୀରେ
ରାୟଗଡ଼ ବ୍ରାହ୍ମଣ ସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ମନ୍ଦିରରେ ସଧୋବା ମହିଳା ମାନେ ରଙ୍ଗ ଚୁଡ଼ି, କଳା, ମାଳି, ସିନ୍ଦୂର ଅଳିତା ଓ ପୁଜା ପାଇଁ ନୁଆ ସାଡି ଧରି ମନ୍ଦିରରେ ଉପସ୍ଥିତ ରହି ପୁଜା କରିଥିଲେ। ରାଧାକନ୍ତ ମନ୍ଦିର ପୂଜକ ଶ୍ରୀ ଗୋପିନାଥ ପାଳ ସାବିତ୍ରୀ ବ୍ରତ କଥା ପୁରାଣ ବର୍ଣ୍ଣନା କରିବା ସହ, ପୁଜା ପାଠ ଓ ଆଳତୀ କରି ପୁଜା ସମ୍ପର୍ଣ୍ଣ କରିଥିଲେ। ଏହି ସାବିତ୍ରୀ ଅମାବାସ୍ୟା ସାବିତ୍ରୀ ବ୍ରତ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରହନ୍ତି ମହିଳା ମାନେ। ସେହିଭଳି ବିବାହିତ ପୁରୁଷ ମାନେ ନିଜ ସ୍ତ୍ରୀ ଙ୍କ ମଙ୍ଗଳ କାମନା କରିବା ସହ ଆଶିର୍ବାଦ କରି ସାତ ଜନମକୁ ସାଥିରେ ରହିବା ପାଇଁ ପଣ କରି ଥାଆନ୍ତି।

ରାୟଗଡା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *