ଦଶପଲ୍ଲା ରେ ପୁଣି ଆରମ୍ଭ ହେଲା ଫଳକ ରାଜନୀତି।

ନୟାଗଡ ;ତା-୩୦/୦୫(ବିଏମସି ଟିଭି ଓଡ଼ିଆ)

ରାଜ୍ୟରେ ବିଜେପି ସରକାର ତଥା ମୋହନ ଚରଣ ମାଝୀ ସରକାର ଙ୍କ ୧ ବର୍ଷ ପୂର୍ତ୍ତି ଜୁନ ୧୨ ତାରିଖରେ ହେବାକୁ ଯାଉଛି। ମାତ୍ର ବିଜେପି ର ମନ୍ତ୍ରୀ ଓ ସାଂସଦ ଙ୍କ କ୍ଷମତା ସଂକୀର୍ଣ୍ଣ ରହୁଥିବା ଜଣାପଡୁଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଦେଢ଼ଶର ଗ୍ରାମର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଭାମଞ୍ଚ ପାଇଁ ଭିତ୍ତିପ୍ରସ୍ତର ୨୭/୦୫/୨୦୨୫ ରେ ବରିଷ୍ଠ ବିଜେଡ଼ି ନେତା ଙ୍କ କର କମଳରେ ଉଦଘାଟିତ ହୋଇଥିଲା। ତେବେ ସୂଚନା ଫଳକ ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ନାମ ଉଲେଖ ନ ଥିବା ଜଣାପଡିଛି। ତେବେ ଏ ପ୍ରକାର ବ୍ୟତିକ୍ରମ ହେଲା କେମିତି? ନା ଜାଣି ଶୁଣି ଏଭଳି କାମ କରାଯାଇଛି ବୋଲି ସମସ୍ତ ଙ୍କ ମନରେ ପ୍ରଶ୍ନ। ଯେ ହେତୁ କନ୍ଧମାଳ ସଂସଦୀୟ କ୍ଷେତ୍ର ପରିଧିରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଏଥିସହିତ ରାଜ୍ୟରେ ବିଜେପି ସରକାର ଉନ୍ନତ କାମରେ ଆଗେଇ ଚାଲିଥିବା ସମୟରେ ବିଜେପି ର ସାଂସଦ ଙ୍କୁ ଅଣଦେଖା କରିବା କେତେଦୂର ଠିକ ତାହା ସମୟ ଆସିଲେ ଜଣାପଡିବ। ବିଗତ ଦିନରେ ବିଜେଡି ସାଂସଦଙ୍କ ପାଦ ପଡ଼ିନଥିଲା ଦଶପଲ୍ଲା ମାଟିରେ ହେଲେ ସମସ୍ତ ଉଦଘାଟନୀ ଫଳକରେ ନାମ ରହୁଥିଲା। କିନ୍ତୁ ବର୍ତମାନ ର ସାଂସଦ ଦଶପଲ୍ଲା ମାଟିର ପୁଅ ହୋଇଥିବା ବେଳେ ଉଦଘାଟନୀ ଫଳକରେ ନାମ ରଖୁନାହାନ୍ତି ବିରୋଧି ବରିଷ୍ଠ ନେତା। ଶାସକ ଓ ବିରୋଧି ମଧ୍ୟରେ କଳି ରହୁଛି ନା ଉଭୟ (ବିଧାୟକ, ସାଂସଦ)ଙ୍କ ଉଦ୍ଘାଟନୀ ଫଳକରେ ନାମ ରହୁଛି ତାହା ଦେଖିବାକୁ ବାକି ରହିଲା।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *