ବୁଝାମଣା ରେ ବାଲି ଚୋରି ହେଉଥିବା ଚର୍ଚ୍ଚା।

ମୟୂରଭଞ୍ଜ ;ତା-୨୯/୦୫(ବିଏମସି ଟିଭି ଓଡ଼ିଆ)

ଆଜିର ବଜାରରେ ଅମୂଲ ମୂଲ ହୋଇଛି ବାଲି । ବୁଝାମଣା ଭିତ୍ତିରେ ବଢୁଛି ବାଲି ଚୋରି । ସଂପୃକ୍ତ ଅଧିକାରୀମାନଙ୍କ ଛତ୍ରଛାୟା ତଳେ ରହି ସକ୍ରିୟ ବାଲି ଚୋର ବୋଲି ଖୋଲାଖୋଲି ଆଲୋଚନା ହେଉଛି । ଏହି ଆଲୋଚନାର ଅନେକାଂଶରେ ସତ୍ୟତା ଥିବା ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଏଇଥିପାଇଁ ଯେ ଜମ୍ଭିରା ନଦୀର ବିଭିନ୍ନ ଘାଟରୁ ଚୋରା ବାଲି ଉତ୍ତୋଳନ ବନ୍ଦ ରହିଥିବାବେଳେ କେବଳ ବରକନ୍ଦର ବାଇଞ୍ଚିଡିହା, ପାଞ୍ଚଗୁଛିଆ ଏବଂ ମୋରଡାର ମୁରୁଡି ନଦୀ ଘାଟରୁ ଦୁଇଜଣ ନିର୍ଦିଷ୍ଟ ବ୍ୟକ୍ତି ବେଆଇନ ଭାବେ ବାଲି ଚୋରି କରି ବିଭିନ୍ନ ସ୍ଥାନକୁ ଯୋଗାଉଥିବା ଭଳି ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡୁଛି ବୋଲି ଆଲୋଚନା ହେଉଥିଲେ ମଧ୍ୟ ସ୍ଥାନୀୟ ପୋଲିସ ବାବୁମାନେ ଜାଣିନପାରି ନିଦାବିଷ୍ଣୁ ଅବତାରରେ ରହିଥିବା ନେଇ ଚାପା ଗୁଞରଣ ଶୁଣିବାକୁ ମିଳୁଛି । ଅପରପକ୍ଷରେ ଜମ୍ବିରା ନଦୀର ଠେଙ୍ଗାତାଣ୍ଡି ଘାଟରୁ ମଧ୍ୟ ଦୈନିକ ୧୦/୧୨ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଉତ୍ତୋଳନ ହୋଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଜାଣି ମଧ୍ୟ ଅଜଣା ରହିବା ପଛର ରହସ୍ୟ କାହାକୁ ଅଛପା ନାହିଁ ବୋଲି ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ମୋରଡ଼ା ବଜାର ଥାନା ସମ୍ମୁଖରେ ଚୋରା ବାଲି ଟ୍ରାକ୍ଟର ମାଲିକ ତୋ ପୁଣି କେତେବେଳେ ମାଲିକ ଦ୍ଵାରା ନିଯୁକ୍ତ ଖବରୀ ଉପସ୍ଥିତ ରହି ପୋଲିସର ଗତିବିଧି ଉପରେ ନଜର ରଖି ଘାଟରେ ନିୟୋଜିତ ଟ୍ରାକ୍ଟର ଗୁଡିକୁ ଖବର ଦେଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିବା ଭଳି ଘଟଣା ଆଲୋଚନା ହେଉଛି। ମାତ୍ର ଏନେଇ ପୋଲିସ ପାଖରେ ଖବର ଥାଇ ମଧ୍ୟ ଖବରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିରବତା ଅବଲମ୍ବନ କରୁଛି ପୋଲିସ କାହିଁକି ବୋଲି ଆଲୋଚନା ହେଉଛି। ସେହିପରି ଜମ୍ଭିରା ନଦୀର ଠେଙ୍ଗାତାଣ୍ଡି ଘାଟରେ ଦୈନିକ ୧୫ ରୁ ୨୦ଟି ଟ୍ରାକ୍ଟରରେ ଅହରହ ଉଠୁଛି ବାଲି ବୋଲି ଅଭିଯୋଗ ହେଉଛି । କିନ୍ତୁ ଜାଣି ଅଜଣା ରହିବା ପଛରେ ମୋଟା ଡିଲ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ କରି ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି । ତେବେ ସ୍ଥାନୀୟ ଅଧିକାରୀ ସବୁଠି ଦବଙ୍ଗ ଦେଖାଉଥିଲେ ମଧ୍ୟ ଏହି ଦୁଇଜଣ ବାଲି ଚୋରଙ୍କ ସମେତ ଠେଙ୍ଗାତାଣ୍ଡି ଘାଟକୁ ତାଙ୍କର ଦୃଷ୍ଟି ଆଢ଼ୁଆଳରେ ରଖି ବ୍ୟତିକ୍ରମ ସୃଷ୍ଟି କରୁଛନ୍ତି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଅନ୍ୟପଟେ ସରକାରୀ ବାବୁ ପ୍ରତି ସପ୍ତାହର ୩/୪ ଦିନ ରାତିରେ ଅକସ୍ମାତ ଅନୁପସ୍ଥିତ ରହି ଅନ୍ତର୍ଦ୍ଧାନ ରହୁଛନ୍ତି ବିଭାଗୀୟ ଅଧିକାରୀଙ୍କ ଅନୁମତି କିମ୍ବା ବିନାଅନୁମତି ସହ କାହିଁକି ଓ ଏହା ପଛରେ କଣ ରହିଛି ରହସ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହା ଉପରେ ସ୍ପଷ୍ଟୀକରଣ ରଖିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ସେହିପରି ନିର୍ଦିଷ୍ଟ ସେହିଦିନ ଗୁଡ଼ିକ ରାତିରେ ବାବୁଙ୍କ ଅନୁପସ୍ଥିତିରେ ଭଦ୍ରମୁଖାଧାରୀ ବାଲି ଚୋରମାନେ ଅହରହ ବେଆଇନ ଭାବେ ବାଲି ଚୋରି କରୁଥିବା ଘଟଣା ପଛରେ ବିଭାଗର ପ୍ରୋତ୍ସାହନ ସହ ନୀରବ ସମର୍ଥନ ରହିଥିବା ଭଳି ଲୋକଙ୍କର ସନ୍ଦେହକୁ ସ୍ପଷ୍ଟ କରୁଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି । ସେହିପରି ବାବୁଙ୍କ ଅନୁପସ୍ଥିତି ସହକର୍ମୀମାନେ ଜାଣିପାରୁନଥିବା ବେଳେ ଏହି ଦୁଇ ବାଲି ଚୋରଙ୍କ ପାଖରେ କେମିତି ପହଞ୍ଚୁଛି ତାକୁନେଇ ବାବୁଙ୍କର ସ୍ୱଚ୍ଛତା, ଦକ୍ଷତା ଓ ନିରପେକ୍ଷତା ପ୍ରତି ସ୍ଥାନୀୟ ଜନସାଧାରଣ ଆଙ୍ଗୁଠି ଉଠାଇ ଆଲୋଚନା କରୁଥିବା ଲକ୍ଷ୍ୟ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ନିର୍ମାଣକାର୍ଯ୍ୟ ପାଇଁ ବ୍ୟବସ୍ଥା ଅନୁଯାଇ ବାଲି ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ଅନୁଭବ ହେଉଛି । ମାତ୍ର ବାଲି ଅଭାବରୁ ନିର୍ମାଣକାର୍ଯ୍ୟ ଏକପ୍ରକାର ସ୍ଥାଣୁ ଅବସ୍ଥାରେ ଥିବାରୁ ସ୍ଥାନୀୟ ଶ୍ରମିକ ଶ୍ରେଣୀର ଲୋକମାନେ କାମ ଅଭାବରୁ ବାହାରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡୁଥିବା ଘଟଣା କାହାକୁ ଅଛପା ନାହଁ । ହେଲେ ଏପର୍ଯ୍ୟନ୍ତ ସ୍ଥିତିରେ କୋୖଣସି ସୁଧାର ପରିଲକ୍ଷିତ ହେଉନାହିଁ । ଅନ୍ୟପଟେ ବାବୁଙ୍କର ଛତ୍ରଛାୟାରେ ରହି ପ୍ରୋତ୍ସାହନ ପାଇ ବେଆଇନ ଭାବେ ବାଲି ଚୋରି କରୁଥିବା ନିର୍ଦିଷ୍ଟ ଦୁଇ ବାଲି ଚୋରଙ୍କ ପ୍ରତି ମୋହଭଙ୍ଗ ହେଉଛି କି ନା ତାଉପରେ ଏବେ ସମସ୍ତଙ୍କ ନଜର ଠୁଳ ହୋଇଥିବା ବେଳେ ସଂପୃକ୍ତ ନିର୍ଦ୍ଧିଷ୍ଟ ଦୁଇବାଲି ଚୋରଙ୍କ ସୁରକ୍ଷା ଦେବା ପଛରେ କି ରହସ୍ୟ ରହିଛି ବୋଲି ଖୋଲାଖୋଲି ଆଲୋଚନା ହେଉଛି । ତେବେ ବେଆଇନ ବାଲି ଚୋରଙ୍କ ଉପରୁ ମୋହଭଙ୍ଗ ହେଉଛି ନା ସମସ୍ତଙ୍କ ପ୍ରତି ନିରପେକ୍ଷତା ଅବଲମ୍ବନ ପ୍ରତି ଆଗଭର ହେଉଛନ୍ତି ଦେଖିବାକୁ ବାକି ରହିଲା ।


ମୟୂରଭଞ୍ଜରୁ ଘାସିରାମ ବେହେରାଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *