ନୟାଗଡ ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ହେଉଛି ଜିଲ୍ଲା ତଥା ରାଜ୍ୟ ରାଜନୀତି ରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି। ତେବେ ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀ ରେ ଅନେକ ରାଜନେତା ନିଜର ଛାପ ଛାଡିଯାଇଥିବା ବେଳେ ତନ୍ମଧ୍ୟରୁ ସ୍ବର୍ଗତ ରୁଦ୍ରମାଧବ ରାୟ ହେଉଛନ୍ତି ଅନ୍ୟତମ। ସେ ଜଣେ ଦକ୍ଷ ନେତା ଥିଲେ। ଦଶପଲ୍ଲା ବ୍ଲକ ର ରାଜନୈତିକ ପେଣ୍ଠସ୍ଥଳୀ କୁହାଯାଉଥିବା ମଧ୍ୟଖଣ୍ଡ ଗ୍ରାମରେ ଏହି ମହାନ ବ୍ୟକ୍ତି ଙ୍କ ଜନ୍ମ । ମଧ୍ୟଖଣ୍ଡ ସରପଞ୍ଚ, ଦଶପଲ୍ଲା ବିଧାୟକ ଓ ପରେ କନ୍ଧମାଳ ସାଂସଦ ଭାବେ ସେ ନିଜର ଯଶକିର୍ତ୍ତୀ ମାନ ଏଠାରେ ଛାଡିଯାଇଛନ୍ତି। ତେବେ କଥାରେ ଅଛି ବଞ୍ଚିଥିବା ବେଳେ କେହି ବୁଝିପାରିବେନି କିନ୍ତୁ ମୃତ୍ୟୁ ପରେ ସମସ୍ତେ ଝୁରିହେବେ।ତାଙ୍କର ଦଶପଲ୍ଲା ପାଇଁ ଅବଦାନ ଅନେକ। ଏ ଅବଦାନ ମଧ୍ୟରୁ ଦ୍ୱାରଗାଁ ଓ ଦିଣ୍ଡାଭୂଇଁ ମଧ୍ୟରେ ଥିବା କୁଆଁରିଆ ନଦୀ ଉପରେ ସେତୁ ନିର୍ମାଣ। ଯେଉଁ ସେତୁ ଆଜି ଦୁଇ ଗ୍ରାମ ମଧ୍ୟରେ ସମ୍ପର୍କ କୁ ସୁଦୃଢ କରିଛି ଓ ଆଖପାଖ ଅଞ୍ଚଳ ର ଲୋକ ମଧ୍ୟ୍ୟ ଉପକୃତ ହୋଇଛନ୍ତି। ତାଙ୍କ ର ଅବଦାନ କୁ ମନେରଖି ଦୁଇ ଗ୍ରାମର ବାସିନ୍ଦା ପ୍ରତି ବର୍ଷ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଥାନ୍ତି। ଏ ବର୍ଷ ମଧ୍ୟ ନବମ ଶ୍ରାଦ୍ଧ ବାର୍ଷିକୀ ପାଳନ କରିଛନ୍ତି। ସେତୁ ପରିସରରେ ଥିବା ସ୍ବର୍ଗତ ରୁଦ୍ରମାଧବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ଓ ଏକ ଯଂଜ୍ଞ ମଧ୍ୟ କରାଯାଇଥିଲା।ତେବେ ଏ ସମୟରେ ଦୁଇ ଗ୍ରାମର ମୁଖ୍ୟ ମୁଖ୍ୟ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସୀ ନିୟୁଜ ଓଡ଼ିଶା।