ନୟାଗଡ ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)
ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶିବ ପାର୍ବତୀ ବିବାହ ଉତ୍ସବ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମ ର ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ମନ୍ଦିର ପରିସରରେ। ଶୀତଳ ଷଷ୍ଠୀ ଦିନ ପ୍ରତି ବର୍ଷ ଏ ବିବାହ ଉତ୍ସବ ପାଳିତ ହୋଇଥାଏ। ତେବେ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ପ୍ରାଙ୍ଗଣରେ ହୋଇଥିବା ବିବାହ ଉତ୍ସବ ରେ ବର ପିତା ମାତା ଭାବରେ ଦିଲ୍ଲୀପ କୁମାର ବେହେରା ଓ ଅନୁପମା ବେହେରା ଅବସ୍ଥିତ ହୋଇଥିବା ବେଳେ କନ୍ୟା ପକ୍ଷ ର ପିତା ମାତା ଭାବେ ପ୍ରଶାନ୍ତ କୁମାର ବାରିକି ଓ ସୁରେଖା ବାରିକି ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ।

ଅନ୍ୟ ପକ୍ଷରେ ବାବା ବିରୁପାକ୍ଷଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବିବାହ ଉତ୍ସବ ପାଳିତ ହୋଇଅଛି। ଏଠି ବର ପିତା ମାତା ହିସାବରେ ମୋହନ ଦଳେଇ ଓ ଲଷ୍ମୀ ଦଳେଇ ଥିବା ବେଳେ କନ୍ୟା ପିତା ମାତା ଭାବେ ଭାଗ୍ୟରଥୀ ମାଝୀ ଓ ସାନ୍ଧ୍ୟରାଣୀ ମାଝୀ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ। ତେବେ ଶୁକ୍ରବାର ଦିନ ମଙ୍ଗଲକୃତ୍ୟ କାର୍ଯ୍ୟକ୍ରମ ସମାପନ ହୋଇଥିଲା। ଶନିବାର ଦିନ ବିବାହ ଉତ୍ସବ ହୋଇଥିବା ବେଳେ ରବିବାର ସାନ୍ଧ୍ୟରେ ଗ୍ରାମ ପରିଭ୍ରମଣ ର କାର୍ଯ୍ୟକ୍ରମ ରହିଛି ତଥା ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି। ଏଥିରେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଏ ମଙ୍ଗଳ କାର୍ଯ୍ୟ ସମାପନ ହୋଇଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।