ନୟାଗଡ ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମାଇଛେଳି ଗ୍ରାମ ପଞ୍ଚାୟତ ସଂପଡା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣଙ୍କ ର ମୃତ୍ୟୁ ହୋଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସଂପଡା ଗ୍ରାମର ରବି ନାୟକ (୫୮) ଙ୍କର ମୃତ୍ୟୁ ହୋଇଛି। ଶନିବାର ଅପରାହ୍ନ ୪ଟା ବେଳେ ଝିପି ଝିପି ବର୍ଷା ହୋଇଥିଲା। ସେତବେଳେ ରବି ନିଜ ପୁରୁଣା ମାଟି ଘର କାନ୍ଥ ପାଖରେ ଠିଆ ହୋଇଥିଲେ। କିଛି ସମୟ ପରେ ହଠାତ ମାଟି କାନ୍ଥଟି ଭୁଶୁଡି ପଡ଼ି ରବି ଙ୍କ ଉପରେ ମାଡ଼ି ବସିଥିଲା। ସଙ୍ଗେ ସଙ୍ଗେ ରବି ଚିତ୍କାର କରି ଡାକ ଛାଡିଥିଲେ। ରବିଙ୍କ ଡାକ ଶୁଣି,ମାଟି ଅତଡ଼ା ଗ୍ରାମବାସୀ ଙ୍କ ସହଯୋଗରେ ବାହାର କରି ତୁରନ୍ତ ସ୍ଥାନୀୟ ଲୋକେ ନୂଆଗାଁ ଦମକଳ ଗାଡିକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ଗାଡ଼ି ଆସିବା ବିଳମ୍ବ ହୋଇଥିବାରୁ ୧୦୮ ଆମ୍ବୁଲାନ୍ସ ଓ ଗ୍ରାମର ସମାଜ ସେବି ଦାଶରଥି ପ୍ରଧାନ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ନେଇଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ନୂଆଗାଁ ପୋଲିସ ପହଞ୍ଚି ୦୫/୨୫ ରେ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଅଛି। ଏ ନେଇ ନୂଆଗାଁ ଥାନା ପକ୍ଷରୁ ସୂଚନା ମିଳିଛି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।