ଦଶପଲ୍ଲା ;ତା-୩୧/୦୫(ବିଏମସି ଟିଭି ଓଡ଼ିଆ)
ଆଉ ଆସିବେନି ଲଷ୍ମୀଧର ସାର୍ ଲୁହରେ ଭିଜିଲା ସ୍କୁଲ ର ପରିବେଶ। ପ୍ରଧାନଶିକ୍ଷକ ହେବ ତ ଏମିତି। ଗୋଟିଏ ଶିକ୍ଷକ ର ଶିକ୍ଷକତା କେବଳ ମୁଖ୍ୟ ତା ନୁହେଁ ବରଂ ଜଣେ ଶିକ୍ଷକ ର ଆଚାର ବ୍ୟବହାର, ଚାଲି ଚଳନ ଆଦି ଉନ୍ନତ ମାନର ହେବା ଆବଶ୍ୟକ। ଯାହାକି ଦେଖାଯାଇଛି ଡିହଗାଁ ପଂଚାୟତ ଅନ୍ତର୍ଗତ ଦିଣ୍ଡାଭୂଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଲଷ୍ମୀଧର ଦାଶ ସାର ଙ୍କ କ୍ଷେତ୍ରରେ। ସେ ଏହି ସ୍କୁଲ ରେ କମ ଦିନ ପ୍ରଧାନଶୀକ୍ଷକତା କରିଥିଲେ ମଧ୍ୟ ତାଙ୍କର ପିଲାଙ୍କ ପ୍ରତି ତଥା ଅଭିଭାବକ ଓ ନିଜର ଅନୁଜ ଶିକ୍ଷକ ଙ୍କ ପ୍ରତି ସ୍ନେହ ଭଲପାଇବା, କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତିତା ଲାଗି ଆଜି ସ୍କୁଲ ପରିବେଶ ବେଶ ଦୁଃଖମୟ ହୋଇଥିଲା। ପ୍ରଧାନଶିକ୍ଷକଙ୍କୁ ମହା ଆଡମ୍ବରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସି ବୃନ୍ଦ। ଏ ସମୟରେ ଦଶପଲ୍ଲା ମଣ୍ଡଳ ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ସୀ ଆର ସୀ ସୀ ଭଗବାନ ଦେହୁରୀ ଙ୍କ ସମେତ ଅନ୍ୟ ସ୍କୁଲ ରୁ ଆସିଥିବା ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଯୋଗଦେଇଥିଲେ। ଏ ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଧାନଶିକ୍ଷକ ଙ୍କ ଫାମିଲି ପେନସନ ର ଆଦେଶ କାଗଜ ପ୍ରଦାନ କରିଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।