ନୟାଗଡ ;ତା-୦୧/୦୬(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପୋଖରୀ ଗୋଛା ଗ୍ରାମ ପଂଚାୟତ ର କରଡ଼ାବଣି ଗ୍ରାମରେ ବହୁଦିନ ଧରି ନଳ କୂପ ଓ ସୋଲାର ସିଷ୍ଟମ ଅଚଳ ହୋଇ ପଡିରହିଥିବା ବେଳେ ଗ୍ରାମବାସୀ ଙ୍କ ଅଭିଯୋଗ ପରେ ମଧ୍ୟ ବିଭାଗ ର କୌଣସି ଅଧିକାରୀ କର୍ଣ୍ଣପାତ କରିନଥିଲେ। ଖବର ପାଇ ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ସେହି କରଡ଼ାବଣି ଗ୍ରାମରେ ପହଂଚି ନଳକୂପ ର ଅବସ୍ଥା ଦେଖି ବିଡ଼ିଓଙ୍କୁ ଜଣାଇବା ସହିତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଶେଷରେ ଅଚଳ ନଳକୂପ ସଚଳ ହୋଇଥିଲା। ସଚଳ ହେବାପରେ ଗ୍ରାମବାସୀ ପାନୀୟ ଜଳ ଵା ଉକ୍ତ ନଳ କୂଅରୁ ସୁବିଧା ପାଇ ଥିବାରୁ ମାନନୀୟ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କୁ ସାଧୁ ବାଦ ଦେବାସହ ବ୍ଲକ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।ଏଥିସହିତ ବ୍ଲକ ଅଧିକାରୀ ଏବଂ ଆରଡବ୍ଲୁଏସଏସ ଅଧିକାରୀ ଙ୍କୁ କରଡ଼ାବଣି ଗାଁ ର ପାନୀୟ ଜଳ ସମସ୍ୟା ସମାଧାନ କରି ଥିବା ରୁ ପ୍ରଶାସନ କୁ ମଧ୍ୟ୍ୟ କୃତଜ୍ଞତା ଜଣାଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।