ବୋଲଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମର୍ଦାବାଡ଼ି ଗ୍ରାମରେ  ବିଶ୍ୱ ପରିବେଶ ଦିବସ ପାଳିତ।

ବୋଲଗଡ ; ତା-୦୫/୦୬ ( ବିଏମସି ଟିଭି ଓଡ଼ିଆ )

ବୋଲଗଡ ବ୍ଲକ ମର୍ଦାବାଡ଼ି ଗ୍ରାମସ୍ଥ ଶିବମନ୍ଦିର ପ୍ରାଙ୍ଗଣରେ  ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ମର୍ଦାବାଡ଼ି ସ୍ଥିତ ଆଞ୍ଚଳିକ ଶିକ୍ଷା ସେବା ଓ ସଂସ୍କୃତି ବିକାଶ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ସଭାରେ ମନମୋହନ କହଲସିଂ ସଭାପତିତ୍ୱ କରିଥିବା ବେଳେ ଖୋର୍ଦ୍ଧା ଉପଖଣ୍ଡ ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା , ବୋଲଗଡ ବନପାଳ ପ୍ରିୟଦର୍ଶିନୀ ସେଠି , ବନ ରକ୍ଷକ ଅର୍ପିତା ନାୟକ, ସମାଜସେବୀ ଧନେଶ୍ୱର ବିଧାର ଓ ସରପଞ୍ଚ ଗୀତାଞ୍ଜଳି ସାହୁ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା, ନକୁଳ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। 

ଉପସ୍ଥିତ ଅତିଥି ମାନେ  ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ  । ଏଥିସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଜରୁରୀ ଆବଶ୍ୟକ ବୋଲି ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ  କରିଥିଲେ ।  ଏହି ଅବସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇ ଚାରା ବଣ୍ଟନ କରାଯାଇଥିଲା ।  ପରିଶେଷରେ ଚନ୍ଦନ ପଶ୍ଚିମ କବାଟ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *