ଦଶପଲ୍ଲା:-୦୫/୦୬/୨୫ (ବିଏମସି ଟିଭି ଓଡ଼ିଆ)
ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକଳ୍ପ ଅଧିକାର, ଦଶପଲ୍ଲା ଏବଂ ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ଟିପି ସି ଓ ଡ଼ି ଏଲ ର ସହଯୋଗରେ ତେଣ୍ଡାବାଡ଼ି ଗ୍ରାମ ପଞ୍ଚାୟତ ଅଧୀନ ଗୁଣ୍ଠାପାଜୁ ଗ୍ରାମର ଗ୍ରାମ୍ୟ କୋଠଘର ଗୃହରେ ଗ୍ରାମ୍ୟ ଗୋଷ୍ଠୀଙ୍କ ସହଯୋଗରେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ବିଭିନ୍ନ ଦିଗ ଉପରେ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ଗାଁର ମହିଳା, ଚାଷୀ, ବୃଦ୍ଧ ବୃଦ୍ଧା, ଯୁବକ, ଛାତ୍ର ଛାତ୍ରୀମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଅଧିକାର ମିତ୍ର ଉର୍ମିଳା ଯାନୀ ପ୍ରକଳ୍ପ ଅଧିକାରର ଲକ୍ଷ୍ୟ ଉଦେଶ୍ୟ ଏବଂ ଏହାର ଉପକାରିତା ଓ ଆବଶ୍ୟକତା ବିଷୟରେ ସର୍ବ ପ୍ରଥମେ ସୂଚନା ଦେଇଥିଲେ।ଟି ପିସି ଓ ଡ଼ି ଏଲ ନୟାଗଡ଼ ଜିଲ୍ଲାର ମୁଖ୍ୟ ଯନ୍ତ୍ରୀ ସନ୍ତୋଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ୍ୟ ରୋପଣ,ଗ୍ରାମ୍ୟ ପରିବେଶ, ଗ୍ରାମ୍ୟ ପରିମଳ ପ୍ରତି ସତର୍କ ରହିବାକୁ ଆହ୍ୱାନ ଦେବା ସହିତ ସବୁଜ ସୁନ୍ଦର ଗ୍ରାମ ଗଢ଼ିବା ପାଇଁ ଗ୍ରାମ ବାସୀଙ୍କୁ ଅନୁରୋଧ କରିଥିବା ବେଳେ ଦଶପଲ୍ଲା ଡିଭିଜନର ଏସ ଡ଼ି ଓ ତନ୍ମୟ କୁମାର ପୃଷ୍ଟି ବିଷ ଜହରରୁ ମୁକ୍ତ ହେବା ସମସ୍ତଙ୍କ ପାଇଁ ବର୍ତ୍ତମାନ ଅତ୍ୟନ୍ତ ଆବଶ୍ୟକ ଏବଂ ପାରମ୍ପରିକ ବିଷ ମୁକ୍ତ ଖାଦ୍ୟ ଏବଂ ପ୍ରାକୃତିକ ଚାଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମତାମତ ଦେଇଥିଲେ। ଜଳ, ବିଜୁଳୀ ଓ ଜଙ୍ଗଲର ସୁରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ବିଜୁଳୀ ସଂଚୟ କରିବା ସହିତ ତାର ସଠିକ ବ୍ୟବହାର କରିବା ଆବଶ୍ୟକ।
ବହୁଳ ମାତ୍ରାରେ ଗ୍ରାମ ଚତୁର୍ପାର୍ଶ୍ୱରେ ବୃକ୍ଷ ରୋପଣ କରିବା ଉଚିତ ବୋଲି ଜିଲ୍ଲା ସଂଯୋଜଗ କଳିଙ୍ଗ ଚାନ୍ଦ ଗ୍ରାମବାସୀ ଙ୍କୁ ବାର୍ତ୍ତା ଓ ପରାମର୍ଶ ଦେଇଥିଲେ। ଉକ୍ତ ଶିବିରକୁ ପ୍ରଭାତ କୁମାର ସାହୁ ସଂଯୋଜନା କରିବା ସହିତ ପ୍ରକଳ୍ପ ଅଧିକାର ଦ୍ୱାରା ମିଳିଥିବା ବିଭିନ୍ନ ସଫଳତା ଓ ଗ୍ରାମ ଗୋଷ୍ଠୀଙ୍କ ଉଦ୍ୟମ ତଥା ସହଯୋଗ ବିଷୟରେ ସବିଶେଷ ସୂଚନା ଦେଇଥିଲେ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।