ଦଶପଲ୍ଲା :-୦୫/୦୬ /୨୫ (ବିଏମସି ଟିଭି ଓଡ଼ିଆ)
କଂଗ୍ରେସ ବିରୋଧରେ ଦେଶରେ ଗଢ଼ି ଉଠି ଥିବା ରାଜନୈତିକ ଶକ୍ତି ଭାବେ ଭାରତୀୟ ଜନ ସଙ୍ଘ ର ଜନ୍ମ ହୋଇଥିଲା। ପରେ ଅଟଳ ବିହାରୀ ବାଜପେୟୀ ଓ ଲାଲ କୃଷ୍ଣ ଆଡଭାନୀ ଙ୍କ ନେତୃତ୍ୱ ରେ ଜନସଂଘ ର ରୂପ ନେଇଥିଲା ଭାରତୀୟ ଜନତା ପାର୍ଟି । ମାତ୍ର ଦୁଇଟି ସାଂସଦ ଥିବା ଦଳ ଆଜି ବିଶ୍ଵର ସବୁଠୁ ବଡ଼ ରାଜନୈତିକ ଦଳର ପରିଚୟ ପାଇଛି। ୨୦୧୪ପରେ ବିଜେପି କୁ ମିଳିଛି ବଡ ସଫଳତା। ପ୍ରଧାନ ମନ୍ତ୍ରୀ ମୋଦିଜୀ ଙ୍କ ନେତୃତ୍ୱରେ ବିଜେପି ଲଗାତାର ତିନି ଥର ଦେଶରେ ସରକାର ହେବା ସହିତ ରାଜ୍ୟରେ ମଧ୍ୟ ପ୍ରଥମ ଥର ସଂଖ୍ୟାଗରିଷ୍ଠ ସହ ସରକାର ଗଢ଼ିବାରେ ସଫଳ ହୋଇଛି l ଏଥିସହିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଗଣିଆରେ ବଢ଼ି ଚାଲିଛି ସଂଗଠନ । ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସାଂସଦଙ୍କ ପ୍ରତିନିଧି ସରତ କୁମାର କର , ଜିଲ୍ଲା ପ୍ରତିନିଧି ଅନ୍ତ୍ରଯାମି ମିଶ୍ର, ବରିଷ୍ଠ ସଂଗଠକ ବିଭୁତି କୁମାର ପଣ୍ଡା, ଚନ୍ଦ୍ର ଶେଖର ଦାଶ,ଶୁଭ୍ରଜିତ ପଣ୍ଡା ଭାଗୀରଥୀ ଗଡନୟକ, ବାଉରୀବନ୍ଧୁ ରାଉତ, ପ୍ରଭାତ କୁମାର ଗଣ୍ଠିଆ, ସସ୍ମିତା ମିଶ୍ର ଓ ରଞ୍ଜୁଳତା ପଣ୍ଡାଙ୍କ ଉପସ୍ଥିତିରେ ଗଣିଆ ବ୍ଲକର ଶତାଧିକ ବିଜେଡି କର୍ମୀ ବିଜେପି ରେ ସାମିଲ ହୋଇଥିଲେ। ଏହା ଗଣିଆ ବ୍ଲକ ସହିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଗର୍ବ ଓ ଆଗାମୀ ସମୟ ପାଇଁ ଏକ ଉଜ୍ଜଳ ଅଧ୍ୟାୟ ହେବ ତାହା ସହଜ ରେ ଅନୁମେୟ।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।